ସେନା ହେଲିକପ୍ଟର କ୍ରାଶ୍‌: ପାଇଲଟ ମୃତ

ଜମ୍ମୁ: ଉତ୍ତର କଶ୍ମୀରର ବନ୍ଦୀପୋରା ଜିଲ୍ଲାର ତୁଲୈଲ୍‌ ଅଞ୍ଚଳ ଅନ୍ତର୍ଗତ ଗୁରେଜ୍‌ରେ ଆଜି ଘଟିଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି। ତେବେ କୋ ପାଇଲଟ ଜଣଙ୍କ ଗୁରୁତର ଅଛନ୍ତି। ସେନା ହସପିଟାଲାରେ ତାଙ୍କର ଚିକିତ୍ସା ଚାଲିଛି। ସୂଚନା ମୁତାବକ, ଆଜି ମଧ୍ୟାହ୍ଣରେ କଶ୍ମୀର ଘାଟିରେ ତୁଷାରପାତରେ ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ହେଲିକପ୍ଟରଟି ବରଫାବୃତ୍ତ ଅଞ୍ଚଳରେ ଖସିପଡି ଥିଲା । ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ କ୍ରାଶ୍‌ କରିଥିବା କୁହାଯାଉଛି। ଖବର ପାଇ ଦୁର୍ଘଟଣାସ୍ଥଳରେ ଉଦ୍ଧାର ଟିମ୍‌ ପହଞ୍ଚି ଥିଲା। ପୂର୍ବରୁ ଗତ ଡିସେମ୍ବର ୮ ତାରିଖରେ ତାମିଲନାଡୁରେ ସେନା ହେଲିକପ୍ଟର ଦୁର୍ଘଟଣା ଘଟି ସିଡିଏସ୍‌ ଜେନେରାଲ ରାୱତଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟି ଥିଲା।
ସିଡିଏସ ଜେନେରାଲ ବିପିନ ରାୱତ ତାମିଲନାଡୁର ନୀଲଗିରି ହିଲ୍ସର ୱେଲିଂଟନଠାରେ ଥିବା ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। କିନ୍ତୁ ବାଟରେ ହେଲିକପ୍ଟର କ୍ରାଶ ହୋଇଥିଲା।

nis-ad
Leave A Reply

Your email address will not be published.