ଗୋ-ଚାଲାଣ ବେଳେ କଣ୍ଟେନର୍‌ ଜବତ କଲା ପୋଲିସ୍‌, ୪ ଗିରଫ

ମହାଙ୍ଗା: ଗତକାଲି ରାତି ୨ ଘଟିକା ସମୟରେ ବାଲିଚନ୍ଦ୍ରପୁରର ନଳିପୁର ଜାତୀୟ ରାଜପଥ ନିକଟରୁ ଏକ କଣ୍ଟେନର ନମ୍ବର OR04 – 7989 ରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ବେଆଇନ ଗୋ ଚାଲାଣ ହେବା ସମୟରେ ବାଲିଚନ୍ଦ୍ରପୁର ଥାନା ଏହାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଏହି ଘଟଣାରେ ଡ୍ରାଇଭର ସମେତ ୪ ଜଣ ଗିରଫ ହୋଇଥିବା ସୂଚନା ମିଳିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

ଗାଇଗୁଡ଼ିକୁ ମାହାଙ୍ଗା ସ୍ଥିତ ଅନନ୍ତ ଗୋପାଳ ସେବାଶ୍ରମରେ ଥିବା ଗୋଶାଳାର ଜିମା ଦେଇଛି ବାଲିଚନ୍ଦ୍ରପୁର ଥାନା । ପ୍ରାୟ ସମସ୍ତ ଗାଈଗୁଡ଼ିକର ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି।

nis-ad
Leave A Reply

Your email address will not be published.