ଚିକିଟିରେ କୃଷ୍ଣଚନ୍ଦ୍ର ମେଡ଼ିକାଲ ଷ୍ଟୋରର ଶାଖା ଉଦ୍‌ଘାଟିତ

ଚିକିଟି : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ କୃଷ୍ଣଚନ୍ଦ୍ର ମେଡ଼ିକାଲ ଷ୍ଟୋର ଅଧିକା ରିହାତି ଦରରେ ଲୋକଙ୍କୁ ଔଷଧ ଦେଇ ନିଜର ପ୍ରତିଷ୍ଠା ଅର୍ଜନ କିରିଛି।ସେହି କ୍ରମରେ ଆଜି ଚିକିଟି ପେଣ୍ଟ ମୁଖ୍ୟ ବଜାର ସୁବୁଦ୍ଧି ଭେରାଇଟି ଷ୍ଟର ନିକଟରେ ତାର ଏକ ଶାଖା ପ୍ରତିଷ୍ଠା କରି ଆଜି ତାର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଶେଷ ହୋଇଛି।ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅଞ୍ଚଳର ୟୁଥ ଆଇକନ ପାଲଟି ଥିବା ଯୁବ ନେତା ତଥା ଯୁବ ସଙ୍ଗଠକ ଚିନ୍ମୟା ନନ୍ଦ ଶ୍ରୀରୁପ ଦେଓ ମୁଖ୍ୟ ଅତିଥି ଏବଂ ବରିଷ୍ଟ ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଷ୍ଟୋର ର ଶୁଭ ଉଦଘାଟନ କରିଛନ୍ତି।

ଏହି ଅବସରରେ ଷ୍ଟର ପାଇଁ ଓଡ଼ିଆ ସିନେ ତାରକା ଅର୍ଚ୍ଚିତା ସାହୁ ମୁଖ୍ୟ ଆକର୍ଷଣ ପାଲଟି ଥିଲେ।ସେ ଏଠାରେ ପହଞ୍ଚି ବା ପରେ ତାଙ୍କୁ ଜନଗହଳି ମଧ୍ୟରେ ଲୋକେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ସେ ନିଜ କଣ୍ଠରେ ଗୀତ ଗାଇବା ସହ ଷ୍ଟର ର ପ୍ରଚାର କରି ଫେରିଥିଲେ।ଏତଦ୍ ବ୍ୟତିତ ସମାଜ ସେବୀ ପି ରାମାରାଓ ସୁବୁଦ୍ଧି, ଡ଼ଃ ରମେଶ ପାତ୍ର ଓ କେ ସି ଏମ ମୁଖ୍ୟ ପରିଚାଳକ ଏ ମୁରଲୀ କୁମାର, ପରିଚାଳକ ପ୍ରିୟବ୍ରତ ପଟ୍ଟନାୟକ,ଷ୍ଟର ମାଲିକ ସନ୍ତୋଷ କୁମାର ସାହୁ ଓ ଅଭୟ କୁମାର ସାହୁ ଉପସ୍ଥିତି ରହି ଦୀପ ପ୍ରଜ୍ବଳନ ସାଙ୍ଗକୁ ନଡ଼ିଆ ଭାଙ୍ଗିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ରଘୁନନ୍ଦନ ସାହୁ, ଧର୍ମା ସାହୁ, କିଷାନ ସୁବୁଦ୍ଧି, ସଚ୍ଚିଦାନନ୍ଦ ପତ୍ର, ପ୍ରଶାନ୍ତ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଅକ୍ଷୟ ସାହୁ, ବାବୁଲି ସାହୁ, ସାଗର ସୁବୁଦ୍ଧି, ପ୍ରଫୁଲ୍ଲ ମହାନ୍ତି,ରସନୀ ସାହୁ, ରଶ୍ମି ସାହୁ, ଅନିତା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।ଏଠାରେ ଉତ୍କୃଷ୍ଟ ମାନର ଔଷଧ ସାଙ୍ଗକୁ ବଜାର ଅପେକ୍ଷା ଅଧିକା ରିହାତି ରେ ସମସ୍ତ ଡାକ୍ତରୀ ଔଷଧ ପାଇବା ନେଇ ଉଭୟ ମାଲିକ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.