ସୁପର କିଙ୍ଗ୍‌ସ ଶିବିରରେ ଯୋଗ ଦେଲେ ଓଡ଼ିଆ ପୁଅ ଶୁଭ୍ରାଂଶ

ଭୁବନେଶ୍ୱର: ଓଡ଼ିଶା ରଣଜୀ ଦଳ ଅଧିନାୟକ ଶୁଭ୍ରାଂଶୁ ସେନାପତି ବୁଧବାର ଚେନ୍ନାଇ ସୁପର କିଙ୍ଗ୍‌ସ ଶିବିରରେ ଯୋଗ ଦେଇଛନ୍ତି। ସୁପର କିଙ୍ଗ୍‌ସ ପକ୍ଷରୁ ଅଫିସିଆଲ୍‌ ଟ୍ୱିଟର ପୃଷ୍ଠାରେ ଶୁଭ୍ରାଂଶୁଙ୍କ ଆଗମନର ଏକ ଫଟୋ ଛାଡ଼ି ଏବିଷୟ ସୂଚନା ଦିଆଯାଇଛି । ସୁରଟ ଠାରେ ସୁପର କିଙ୍ଗ୍‌ସ ଦଳର ଶିବିର ଜାରି ରହିଛି ।

ଗତ ଆଇପିଏଲ୍‌ ମେଗା ଖେଳାଳି ନିଲାମରେ ସୁପର କିଙ୍ଗ୍‌ସ ୨୦ ଲକ୍ଷ ଟଙ୍କାରେ ଶୁଭ୍ରାଂଶୁଙ୍କ କିଣିଥିଲା । ଚଳିତ ରଣଜୀ ଟ୍ରଫିରେ ଶୁଭ୍ରାଂଶୁ ଓଡ଼ିଶା ଦଳର ନେତୃତ୍ୱ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ଅଧିନରେ ଦଳ ଗୋଟିଏ ଡ୍ର’ ଏବଂ ୨ଟି ପରାଜୟ ସହ ମୋଟ ୩ପଏଣ୍ଟ ପାଇ କ୍ୱାର୍ଟର ଫାଇନାଲ୍‌ ଦୌଡ଼ରୁ ବାଦ ପଡ଼ିଥିଲା । ଶୁଭ୍ରାଂଶୁ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ ।

nis-ad
Leave A Reply

Your email address will not be published.