ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୩ ବର୍ଷ ଜେଲ ୨୫ ହଜାର ଜରିମାନା

ଫୁଲବାଣୀ : ଫୁଲବାଣୀ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍‌ ଭାସ୍କରଚନ୍ଦ୍ର ସାହୁ ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ପପୁନା ମଲ୍ଲିକକୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୫ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନ ଅନାଦେୟ । ପପୁନାକୁ ଆଉ ଅଧିକ ୯ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ପୀଡ଼ିତାଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପିପି ବନମାଳୀ ବେହେରା ପରିଚାଳନା କରୁଥିଲେ ।
ଘଟଣା ଅନୁସାରେ ୩୧/୧୦/୨୦ ୧୮ ତାରିଖ ଦିନ ନାବାଳିକା ପିଡିତା ପିତାମାତା ଘରେ ଅନୁପସ୍ଥିତ ଥିବା ବେଳେ ତାଙ୍କ ଗାଁ ଛକକୁ ଯାଉଥିବା ସମୟରେ ଅଭିଯୁକ୍ତ ପପୁନା ମଲ୍ଲିକ ଅପହରଣ କରି କୁର୍ତ୍ତମ ଗଡ ଗ୍ରାମକୁ ନେଇ ଗୋଟିଏ ଘରେ ରଖି ଦୁଷ୍କର୍ମ କରିଥିଲା।ପିତାମାତା ଖୋଜାଖୋଜି କରି ସେହି ଘରୁ ଉଧାର କରିଥିଲେ ଏବଂ ଉଭୟଙ୍କୁ ଥାନାକୁ ଆଣି ରିପୋର୍ଟ ଦେଇଥିଲେ। ଦାରିଙ୍ଗବାଡି ଥାନାରେ ୦୪/୧୧/୧୦୧୮ ରେ ଅଭିଯୋଗ କରିଥିଲେ। ତା ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ୧୪୯/୨୦୧୮ ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା।ସେହି ମାମଲାର ଘଟଣା ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି ।

nis-ad
Leave A Reply

Your email address will not be published.