ସେଲ୍ଫି ନେଲା ବେଳେ ଇବ୍‌ ନଦୀକୁ ଖସି ଯୁବକ ମୃତ

ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକରେ ଥିବା କନାକୁଣ୍ଡ ପିକନିକ ସ୍ଥଳରେ ସେଲ୍ଫି ନେଲାବେଳେ ଗଲା ଜୀବନ । ପଥର ଉପରୁ ସେଲ୍ଫି ନେଲା ବେଳେ ଇବ ନଦୀକୁ ଖସି ପଡିଲେ ଯୁବକ । ଅଗ୍ନିଶମ ବାହିନୀ ୩ ଘଣ୍ଟା ଧରି ଖୋଜା ଖୋଜି କରିବା ପରେ ମିଳିଲା ଯୁବକଙ୍କ ମୃତଦେହ । ଯୁବକ ଜଣକ ରାଉରକେଲାରୁ ୩ ନିଜ ସାଙ୍ଗ ମାନଙ୍କ ସହ ଆସିଥିଲେ ବଣଭୋଜି କରିବା ପାଇଁ । ସେଠାରେ ସେଲ୍ଫି ନେବା ବେଳେ ଯୁବକ ଜଣକ ପାଣିକୁ ପଡିଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି।

ନଦୀ କୂଳରେ ବଡ ବଡ ପଥର ଥିବାରୁ ସୁନ୍ଦର ଦେଖାଦେଇଥାଏ ଏଣୁ ଅନେକ ସମୟରେ ଏଠାକୁ ବହୁ ସ୍ଥାନରୁ ବଣଭୋଜି କରିବା ପାଇଁ ଆସିଥାନ୍ତି। ମାତ୍ର ସାମାନ୍ୟ ଅସାବଧାନତା ଯୋଗୁଁ ଏହି ଭଳି ଜୀବନ ଯାଇଥିବା ପୁର୍ବରୁ ମଧ୍ୟ ନଜିର ରହିଛି। ଗତ ବର୍ଷ ରାଜଗାଙ୍ଗପୁର ସହରର ଜଣେ ଝିଅ ଏହି ଭଳି ସେଲଫି ନେଉଥିବା ବେଳେ ପାଦ ଖସିଯିବା ଫଳରେ ନଦୀରେ ପଡି ତାଙ୍କର ମୃତ୍ୟୁ ଘଟିଥିଲା। ଏବେ ଆଜି ଜଣେ ଯୁବକଙ୍କ ଜୀବନ ଯାଇଛି।

nis-ad
Leave A Reply

Your email address will not be published.