ପଞ୍ଜାବରେ ଜିତିବ ଆପ୍‌

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ସମୟ ସନ୍ଧ୍ୟା ୬ଟାରେ ଶେଷ ହୋଇଛି। ଏବେ ସମସ୍ତଙ୍କ ଅପେକ୍ଷା ୧୦ ତାରିଖକୁ। କାରଣ ୧୦ ତାରିଖରେ ଉତ୍ତର ପ୍ରଦେଶ ସହ ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ ଓ ମଣିପୁର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।
ତେବେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ ଏକଜିଟ ପୋଲ ବା ବୁଥ ବାହୁଡ଼ା ମତାମତ ପ୍ରକାଶ ପାଇଛି।
ପ୍ରଥମ ପର୍ଯ୍ୟାୟରେ ପଞ୍ଜାବ ବିଧାନସଭା ନିର୍ବାଚନର ଏକଜିଟ ପୋଲ ରେଜଲ୍ଟ ପ୍ରକାଶ ପାଇଛି। ସବୁ ଏକଜିଟ ପୋଲ ରେଜଲ୍ଟ ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି କହିଛନ୍ତି। ଏହାର ଅର୍ଥ ପଞ୍ଜାବରେ କ୍ଷମତାସୀନ କଂଗ୍ରେସ ଗାଦିଚ୍ୟୁତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ଜନକୀ ବାତ- ଇଣ୍ଡିଆ ନ୍ୟୁଜ ଅନୁଯାୟୀ, ପଞ୍ଜାବର ୧୧୭ ବିଧାନସଭା ଆସନରୁ ଆପ୍‌ ୬୦-୮୪, କଂଗ୍ରେସ ୩୧-୧୮, ଅକାଳୀ ୧୯-୧୨ ଓ ବିଜେପି ମେଣ୍ଟ ୭-୦୩ଟି ଆସନ ପାଇବ। ଇଣ୍ଡିଆ ଟୁଡେ-ଆକ୍ସିସ ଅନୁଯାୟୀ, ଆପ ୭୬-୯୦, କଂଗ୍ରେସ ୧୯-୩୧, ବିଜେପି ମେଣ୍ଟ ୧-୪ ଓ ଅକାଳୀ ୮-୧୧ଟି ଆସନ ପାଇବ।
ସେହିଭଳି ନ୍ୟୁଜ୍‌ଏକ୍ସ-ପୋଲ୍‌ଷ୍ଟାର୍ଟର ଏକ୍‌ଜିଟ୍ ପୋଲ୍ ଅନୁଯାୟୀ ଆପ୍‌ ୫୬ରୁ ୬୧ଟି ଆସନ ଜିତିବ। କଂଗ୍ରେସ ୨୪ରୁ ୨୯ଟି ଓ ବିଜେପି ୧ରୁ ୬ଟି ଆସନ ପାଇବ। ଅନ୍ୟାନ୍ୟ ଦଳ ମିଶି ୨୨ରୁ ୨୬ଟି ଆସନ ପାଇବେ।
ଇଟିଜିର ଏକ୍‌ଜିଟ୍ ପୋଲ୍ ଫଳାଫଳ ବି ଆପ୍ ସପକ୍ଷରେ ଯାଇଛି। ଏହାର ତଥ୍ୟ ମୁତାବକ ପଞ୍ଜାବରେ ଆପ୍ ୭୦-୭୫ ଆସନ ପାଇବ। ସେହିଭଳି କଂଗ୍ରେସ ୨୭-୩୩, ବିଜେପି ୩-୭ ଓ ଅନ୍ୟାନ୍ୟ ୭-୧୩ଟି ଆସନ ପାଇବେ।
ଏବିଜି ନ୍ୟୁଜ୍-ସିଭୋଟର ଅନୁଯାୟୀ, ଆପ୍ ୫୧-୬୧, କଂଗ୍ରେସ ୨୨-୨୮, ଅକାଳୀ ୨୦-୨୬ ଓ ବିଜେପି ୭-୧୩ଟି ଆସନ ଜିତିବ। ଟାଇମ୍ସ ନୋଓ-ଭେଟୋ ଅନୁଯାୟୀ, ଆପ୍ ୭୦, କଂଗ୍ରେସ ୨୨, ବିଜେପି ମେଣ୍ଟ ୫, ଓ ଅକାଳି ମେଣ୍ଟ ୧୯ଟି ଆସନ ଜିତିବେ। ରିପବ୍ଲକି ଅନୁଯାୟୀ ଆପ୍ ୬୨-୭୦, କଂଗ୍ରେସ ୨୩-୩୧, ବିଜେପି ମେଣ୍ଟ ୧-୩ ଓ ଅକାଳୀ ମେଣ୍ଟ ୧୬-୨୪ଟି ଆସନ ପାଇବେ।
ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭାରେ ମୋଟ ୧୧୭ଟି ଆସନ ଥିବା ବେଳେ ମ୍ୟାଜିକ୍ ନମ୍ବର ହେଉଛି ୫୯। ଅର୍ଥାତ ୫୯ ବା ତା’ଠାରୁ ଅଧିକ ଆସନ ଯେଉଁ ଦଳ ଜିତିବ, ସେ ଏଠାରେ ସରକାର ଗଠନ କରିବ।

nis-ad
Leave A Reply

Your email address will not be published.