ଏକଜିଟ ପୋଲ: ଗୋଆରେ ଝୁଲା ବିଧାନସଭା

ପାଣାଜୀ: ଚୂଡ଼ାନ୍ତ ରେଜଲ୍ଟ ପୂର୍ବରୁ ଗୋଆ ବିଧାନସଭା ନିର୍ବାଚନର ଏକଜିଟ ପୋଲ ଫଳାଫଳ ସାମ୍ନାକୁ ଆସିଛି। ଏକଜିଟ ପୋଲ ଅନୁଯାୟୀ, ଗୋଆରେ କ୍ଷମତାସୀନ ବିଜେପି ପୁଣି ସରକାର ଗଠନ କରିବାକୁ ସକ୍ଷମ ହେଉ ନାହିଁ। ଏଠାରେ ବିଜେପିକୁ କଡ଼ା ଟକ୍କର ଦେବ କଂଗ୍ରେସ। ସେହିପରି ମମତା ବାନାର୍ଜୀଙ୍କ ଟିଏମସି ଏଠାରେ ଗେମ ଚେଞ୍ଜର ସାବ୍ୟସ୍ତ ହୋଇପାରେ।
ବର୍ତ୍ତମାନ ସୁଦ୍ଧା ୭ଟି ସଂସ୍ଥାର ଏକଜିଟ ପୋଲ ରେଜଲ୍ଟ ପ୍ରକାଶ ପାଇଛି। ଗୋଆର ୪୦ ବିଧାନସଭା ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୧। ହେଲେ କୌଣସି ଦଳ ମ୍ୟାଜିକ ନମ୍ବର ହାସଲ ନ କରିପାରନ୍ତି। ଇଟିଜି ରିସର୍ଚ୍ଚ ଅନୁଯାୟୀ ବିଜେପି ୧୭ରୁ ୨୦, କଂଗ୍ରେସ ୧୫ରୁ ୧୭, ଟିଏମସି ୩ରୁ ଟି ଆସନ ଜିତି ପାରନ୍ତି।
ଇଣ୍ଡିଆ ଟିଭି ଗ୍ରାଉଣ୍ଡ ଜିରୋ ରିସର୍ଚ୍ଚ ଅନୁଯାୟୀ, ବିଜେପି ୧୦ରୁ ୧୪, କଂଗ୍ରେସ ୨୦ରୁ ୨୫, ଟିଏମସି ୩ରୁ ୫ଟି ଆସନ ପାଇବେ। ଇଣ୍ଡିଆ ଟିଭି-ସିଏନକ୍ସ ଅନୁଯାୟୀ, ବିଜେପି ୧୬ରୁ ୨୨, କଂଗ୍ରେସ ୧୧-୧୭, ଟିଏମସି ୧ରୁ୨ଟି ଆସନ ପାଇବ।

nis-ad
Leave A Reply

Your email address will not be published.