ଓଡିଶାରୁ ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ତେଲେଙ୍ଗାନା ପୋଲିସ

ଭୁବନେଶ୍ୱର: ଓଡିଶାରେ ତେଲେଙ୍ଗାନା ପୋଲିସ । କ୍ରାଇମ୍‌ବ୍ରାଞ୍ଚ ଦ୍ୱାରା ଧରାପଡିଥିବା ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ତେଲେଙ୍ଗାନା ପୋଲିସ । ରିମାଣ୍ଡରେ ନେବା ପାଇଁ କୋର୍ଟରେ ମଧ୍ୟ ଆବେଦନ କରିଛି ତେଲେଙ୍ଗାନା ପୋଲିସ ।

ଖବର ଅନୁଯାୟୀ, ସାଇବର କ୍ରାଇମ୍‌ ଅଭିଯୋଗରେ ୪ଜଣ ଅଭିଯୁକ୍ତଙ୍କୁ ବାନ୍ଧିଥିଲା ପୋଲିସ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ରସୁଲଗଡ଼ ଛକ ନିକଟରେ ଜମତରା ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ । ତେବେ ଗିରଫ ସଦସ୍ୟଙ୍କ ତେଲେଙ୍ଗାନ ଲିଙ୍କ ରହିଥିବା ନେଇ ସୂଚନା ମିଳିଛି । ଏହିକ୍ରମରେ ଓଡିଶାରେ ପହଞ୍ଚିଛି ତେଲେଙ୍ଗାନା ପୋଲିସ । ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ଏସ୍‌ଡିଏଜେଏମ୍‌ କୋର୍ଟରେ ଆବେଦନ କରିଛି ତେଲେଙ୍ଗାନା ପୋଲିସ । ସାଇବର କ୍ରାଇମ୍‌ ସହିତ ଜଡିତ ଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.