ଓଡ଼ିଶାର ଅଙ୍ଗନୱାଡ଼ି ଓ ପ୍ରାଥମିକ ସ୍କୁଲରେ ଆରମ୍ଭ ହେଲା ଆଧାର ସଂଯୋଗୀକରଣ

ଭୁବନେଶ୍ୱର: ଏଣିକି ଅଙ୍ଗନୱାଡ଼ି ଓ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଆଧାର ସଂଯୋଗ କରାଯିବ । ରାଜ୍ୟର ସବୁ ବର୍ଗର ହିତାଧିକାରୀଙ୍କୁ ଆଧାର ସଂଯୋଗ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଅନେକ କାରଣରୁ ରାଜ୍ୟର ଲକ୍ଷାଧିକ ହିତାଧିକାରୀ ଆଧାର ସଂଯୋଗୀକରଣ କରିପାରିନାହାନ୍ତି ।

ଏହାକୁ ଦୃଷ୍ଟିରେ ରଖି ପ୍ରାଥମିକ ପର୍ଯ୍ୟାୟରେ ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତ ହିତାଧିକାରୀଙ୍କ ଆଧାର ପଞ୍ଜୀକରଣ କରିବାକୁ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ଚଳିତ ମାସ ପହିଲାରୁ ପ୍ରାଥମିକ ବିଦ୍ୟାଳୟ ଖୋଲା ଯାଇଥିବାରୁ ସମସ୍ତ ଶିଶୁ ଓ କିଶୋରଙ୍କୁ ଆଧାର ସଂଯୋଗ ପାଇଁ ଅଭିଯାନ ଆରମ୍ଭ ହୋଇଛି । ଏନେଇ ଆଇଟି ବିଭାଗ ପକ୍ଷରୁ ୩୦ଟି ଜିଲ୍ଲାକୁ ୪୯୫ଟି ସ୍ୱତନ୍ତ୍ର କିଟ୍ ପ୍ରଦାନ କରାଯାଇଛି । ବିଦ୍ୟାଳୟ ଓ ଅଙ୍ଗନୱାଡ଼ିକୁ ଯେଉଁ ଶିଶୁ ଓ କିଶୋରମାନେ ଆସିବେ ସେମାନଙ୍କୁ ପର୍ଯ୍ୟାୟକ୍ରମେ ପଞ୍ଜୀକରଣ କରାଯିବ । ଏହି ଅଭିଯାନକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ ଆଇଟି ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।

nis-ad
Leave A Reply

Your email address will not be published.