ମାର୍ଚ୍ଚ ୩୧ ପୁର୍ବରୁ ବସିବ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ମାର୍ଚ୍ଚ ୩୧ ପୁର୍ବରୁ ବସିବ ବିଧାନସଭା ଅଧିବେଶନ । ରାଜ୍ୟପାଳଙ୍କ ଅନୁମୋଦନ ପରେ ବସିବ ବିଧାନସଭା ଅଧିବେଶନ । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରାଯିବ । ଏହା ପରେ ଅଧିବେଶନ ଆରମ୍ଭ ହେବ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୁଚନା ଦେଇଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯେଉଁ ସଦସ୍ୟ ମାନେ ଗୃହକୁ ଆସି ପାରିବେନି ତାଙ୍କ ପାଇଁ ଭିଡିଓ କନଫରେନ୍ସିଂର ବ୍ୟବସ୍ଥା କରାଯିବ ।

ବିଭିନ୍ନ ବିଲ୍ , ଆଲୋଚନା , ତାରକା ଚିହ୍ନିତ ପ୍ରଶ୍ନ, ପ୍ରଶ୍ନକାଳ ,ଶୂନ୍ୟକାଳ ରହିଛି। ସମସ୍ତଙ୍କୁ ନେଇ ଗୃହ କାର‌୍ୟ୍ୟ ସୁରୁଖୁରୁ ରେ ଚାଲିବ ବୋଲି ବାଚସ୍ପତି ଆଶା ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.