ହିଞ୍ଜିଳିକାଟୁ ପୌର ନିର୍ବାଚନ : ମତାଧିକାର କରିବେ ୨୦୬୯୬ ଭୋଟର, ୧୬ ନଂ ୱାର୍ଡରେ ସର୍ବାଧିକ ଓ ୧୯ନଂ ୱାର୍ଡରେ ସର୍ବନିମ୍ନ ଭୋଟର


ହିଞ୍ଜିଳିକାଟୁ(୪ା୩) : ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁ ପୌର ପରିଷଦର ୨୧ଟି ୱାର୍ଡର ୨୩ ଟି ମତଦାନ କେନ୍ଦ୍ରରେ ଚଳିତ ମାସ ୨୪ ତାରିଖରେ ୨୦ ହଜାର ୬୯୬ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୧୦ହଜାର ୮୦୮ ପୁରୁଷ ଓ ୯ ହଜାର ୮୮୭ ମହିଳା ଭୋଟର ରହିଥିବା ସୂଚନା ମିଳିଛି । ହିଞ୍ଜିଳିକାଟୁ ପୌର ପରିଷଦର ୧୬ନଂ ୱାର୍ଡରେ ସର୍ବାଧିକ ୧୫୦୧ ଭୋଟର ରହିଥିବା ବେଳେ ୧୯ ନଂ ୱାର୍ଡରେ ସର୍ବନିମ୍ନ ୬୫୧ ଭୋଟର ଥିବା ଜଣାପଡିଛି । ହିଞ୍ଜିଳିକାଟୁ ପୌର ପରିଷଦର ୧ନଂ ୱାର୍ଡରେ ୪୩୮ ପୁରୁଷ ଓ ୩୬୪ ମହିଳା ଭୋଟର, ୨ନଂ ୱାର୍ଡରେ ୬୭୭ ପୁରୁଷ ଓ ୫୯୯ ମହିଳା ଭୋଟର, ୩ନଂ ୱାର୍ଡରେ ୪୩୨ ପୁରୁଷ ଓ ୩୬୨ ମହିଳା ଭୋଟର, ୪ନଂ ୱାର୍ଡରେ ୪୪୮ ପୁରୁଷ ଓ ୩୯୨ ମହିଳା ଭୋଟର, ୫ନଂ ୱାର୍ଡରେ ୪୨୮ ପୁରୁଷ ଓ ୪୦୨ ମହିଳା ଭୋଟର, ୬ନଂ ୱାର୍ଡରେ ୪୬୫ ପୁରୁଷ ଓ ୪୪୦ ମହିଳା ଭୋଟର, ୭ନଂ ୱାର୍ଡରେ ୭୬୬ ପୁରୁଷ ଓ ୬୪୬ ମହିଳା ଭୋଟର, ୮ନଂ ୱାର୍ଡରେ ୪୩୮ ପୁରୁଷ ଓ ୩୫୯ ମହିଳା ଭୋଟର, ୯ନଂ ୱାର୍ଡରେ ୬୨୬ ପୁରୁଷ ଓ ୪୯୭ ମହିଳା ଭୋଟର, ୧୦ନଂ ୱାର୍ଡରେ ୫୪୧ ପୁରୁଷ ଓ ୫୪୭ ମହିଳା ଭୋଟର, ୧୧ନଂ ୱାର୍ଡରେ ୫୭୯ ପୁରୁଷ ଓ ୫୯୬ ମହିଳା ଭୋଟର, ୧୨ନଂ ୱାର୍ଡରେ ୪୯୧ ପୁରୁଷ ଓ ୪୭୩ ମହିଳା ଭୋଟର, ୧୩ନଂ ୱାର୍ଡରେ ୫୦୦ ପୁରୁଷ ଓ ୫୦୬ ମହିଳା ଭୋଟର, ୧୪ନଂ ୱାର୍ଡରେ ୪୩୫ ପୁରୁଷ ଓ ୪୦୩ ମହିଳା ଭୋଟର, ୧୫ନଂ ୱାର୍ଡରେ ୩୬୮ ପୁରୁଷ ଓ ୩୮୧ ମହିଳା ଭୋଟର, ୧୬ନଂ ୱାର୍ଡରେ ୮୦୫ ପୁରୁଷ ଓ ୬୯୬ ମହିଳା ଭୋଟର, ୧୭ନଂ ୱାର୍ଡରେ ୫୯୨ ପୁରୁଷ ଓ ୫୭୬ ମହିଳା ଭୋଟର, ୧୮ନଂ ୱାର୍ଡରେ ୫୫୮ ପୁରୁଷ ଓ ୫୦୫ ମହିଳା ଭୋଟର, ୧୯ନଂ ୱାର୍ଡରେ ୩୧୮ ପୁରୁଷ ଓ ୩୩୩ ମହିଳା ଭୋଟର, ୨୦ନଂ ୱାର୍ଡରେ ୪୯୬ ପୁରୁଷ ଓ ୪୨୫ ମହିଳା ଭୋଟର ଓ ୨୧ନଂ ୱାର୍ଡରେ ୪୦୭ ପୁରୁଷ ଓ ୩୮୫ ମହିଳା ଭୋଟର ରହିଥିବା ପୌର କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
୨୦୧୩ ମସିହାରେ ଅନୁଷ୍ଠିତ ହିଞ୍ଜିଳିକାଟୁ ପୌର ନିର୍ବାଚନରେ ନିର୍ବାଚିତ ନଗରପାଳ, ଉପନଗରପାଳ ଓ କାଉନସିଲରଙ୍କ କାର୍ଯ୍ୟକାଳ ୨୦୧୮ ମସିହା ସେପ୍ଟମ୍ବର ୩୦ ତାରିଖରେ ଶେଷ ହୋଇଥିଲା ।

୨୦୧୮ ମସିହା ଅକ୍ଟୋବର ମାସ ପହିଲାରୁ ହିଞ୍ଜିଳିକାଟୁ ପୌର ପରିଷଦର ପରିଚାଳନା ଦାୟିତ୍ୱ ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇଥିଲା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଅଧ୍ୟକ୍ଷ, ନାଏବ ସରପଞ୍ଚ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ନିର୍ବାଚିତ ହୋବକୁ ବାକି ରହିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପରେ ଉଷ୍ମ ହେଲାଣି ପୌର ରାଜନୀତି । ଚଳିତ ଥର ବୈଦ୍ୟୁତିକ ମତଦାନ ଯନ୍ତ୍ର (ଇଭିଏମ)ର ବ୍ୟବହାର ହେବା ସହ ଉପୋରକ୍ତଙ୍କ ମଧ୍ୟରୁ କୌଣସି ନୁହେଁ ସକାଶେ (ନୋଟା) ବ୍ୟବହାର କରାଯିବାକୁ ସ୍ଥିରିକୃତ ହୋଇଛି । ଅଧ୍ୟକ୍ଷ ପଦବି ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଥିବା ବେଳେ ପ୍ରତିଟି ବୁଥରେ ୨ଟି ଲେଖାଏଁ ଇଭିଏମ ମେସିନ ରଖାଯିବ । ଗୋଟିଏ ଅଧ୍ୟକ୍ଷ ଓ ଅନ୍ୟଟି କାଉନସିଲରଙ୍କ ସକାଶେ ଉଦ୍ଧିଷ୍ଠ ରହିବ । ସହରବାସୀ ନିଜ ପସନ୍ଦର ଅଧ୍ୟକ୍ଷଙ୍କୁ ଭୋଟ ଦେବାକୁ ସୁଯୋଗ ପାଇଥିବାରୁ ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ ରହିଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.