ଅନ୍ଧାରରେ ବୁଡ଼ିଲା ଖାରକିଭ, ତୈଳ ଡିପୋରେ ଭୟଙ୍କର ହମଲା

କିଭ୍‌: ଯୁଦ୍ଧର ୮ମ ଦିନରେ ୟୁକ୍ରେନ ଉପରେ ହମଲାକୁ ଆହୁରି ଜୋରଦାର କରିଛି ରୁଷ। ବିଶେଷ କରି ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ ରୁଷ ସେନାଙ୍କ ଟାର୍ଗେଟରେ ରହିଛି। ଏଠାରେ ଘନଘନ ଆକ୍ରମଣ କରି ରୁଷ ଯବାନମାନେ ବଡ଼ବଡ଼ ପ୍ରତିଷ୍ଠାନ ଓ ଘର ମାଟିରେ ମିଶିବାରେ ଲାଗିଛନ୍ତି।
ରୁଷର ବୋମା ଓ ମିସାଇଲ ମାଡ଼ ଯୋଗୁ ଏବେ ଖାରକିଭରେ ବିଜୁଳି ସପ୍ଲାଏ ବନ୍ଦ ହୋଇଯାଇଛି। ଏହାର ଅର୍ଥ ପୂରା ସହରର ଏବେ ଅନ୍ଧାରରେ ବୁଡ଼ିଛି। ଆଜି ହିଁ ରୁଷ ଖାରକିଭ୍‌ ଦଖଲ କରିବାକୁ ପଣ କରିଛି। ଏଥିପାଇଁ ଏଠାରେ ଅଲଆଉଟ ଆଟାକ ଆରମ୍ଭ କରିଛି।
ରୁଷ ପାରଟ୍ରୁପରଙ୍କ ଠାରୁ ଆରମ୍ଭ କରି ସ୍ଥଳସେନାର ଯବାନମାନେ ଖାରକିଭ ଉପରେ ଚାରିପଟୁ ହମଲା କରୁଛନ୍ତି। ସେମାନଙ୍କ ଆକ୍ରମଣରୁ ମିଲିଟାରୀ ପ୍ରତିଷ୍ଠାନ, ସ୍କୁଲ, ହସ୍ପିଟାଲ ଓ ସାଧାରଣ ଜନବସିତି ବର୍ତ୍ତି ପାରିନି। ମିସାଇଲ ଓ ବୋମା ମାଡ଼ରେ ଏଗୁଡ଼ିକ ଧ୍ୱଂସ ହେବାରେ ଲାଗିଛି।
ଗତକାଲି ରାତିରେ ଖାରକିଭରେ ରୁଷ କରିଥିବା ବୋମା ବର୍ଷଣରେ ୨ ଜଣ ଶିଶୁଙ୍କ ସମେତ ୮ ଜଣ ପ୍ରାଣ ହରାଇଛନ୍ତି। ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ରାତି ପାହିବା ପରେ ରୁଷ ସେନା ଆକ୍ରମଣକୁ ଆହୁରି ଜୋରଦାର କରିଛନ୍ତି। ଏବେ ଖାରକିଭ୍‌ରେ କେବଳ ଆତଙ୍କ ହିଁ ଦେଖିବାକୁ ମିଳିଛି। ଏଠାରେ ରହୁଥିବା କିଛି ଲୋକ ସହର ଛାଡ଼ିଥିବା ବେଳେ ଅନ୍ୟମାନେ ବଙ୍କର ମଧ୍ୟରେ ଲୁଚି ରହିଛନ୍ତି। ଏବେ ସେମାନେ କେମିତି ଉଦ୍ଧାର ହେବେ, ତାହା ହିଁ ବଡ଼ ପ୍ରଶ୍ନ।

nis-ad
Leave A Reply

Your email address will not be published.