ରାଜ୍ୟରେ ୩୮୮ କରୋନା ସଂକ୍ରମିତ ଚିହ୍ନଟ, ୧୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ମିଟର ଖସିଲା । ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୩୮୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୬ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୧୬୨ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୮୬ ଜଣ ଶିଶୁ ସଂକ୍ରମିତ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫୩ ଜଣ,ଗଜପତିରୁ ୩୦ ଜଣ, ସମ୍ବଲପୁରରୁ ୨୪ ଜଣ, ଯାଜପୁରରୁ ୨୩ଜଣ, କଟକରୁ ୨୧ ଜଣ, ମୟୂରଭଞ୍ଜ ଓ ରାୟଗଡ଼ା ଜିଲ୍ଲାରୁ ୨୦ ଜଣ ଲେଖାଁଏ, ସୁନ୍ଦରଗଡ଼ରୁ ୧୬ ଜଣ, କେନ୍ଦ୍ରାପଡ଼ାରୁ ୧୫ ଜଣ, ଅନୁଗୁଳ, ଝାରସୁଗୁଡ଼ା ଓ ନୟାଗଡ଼ ଜିଲ୍ଲାରୁ ୧୩ ଜଣ ଲେଖାଁଏ, କୋରାପୁଟରୁ ୧୨ ଜଣ, ବାଲେଶ୍ବର ଓ ଢ଼େଙ୍କାନାଳ ଜିଲ୍ଲାରୁ ୧୧ ଜଣ ଲେଖାଁଏ, ବରଗଡ଼ରୁ ୯ ଜଣ,କେନ୍ଦୁଝର, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରୁ ୮ ଜଣ ଲେଖାଁଏ, ବଲାଙ୍ଗୀରର ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାରୁ ୭ ଜଣ ଲେଖାଁଏ, ଭଦ୍ରକ ଓ ଦେବଗଡ଼ ଜିଲ୍ଲାରୁ ୫ ଜଣ ଲେଖାଁଏ,କନ୍ଧମାଳରୁ ୪ ଜଣ, ବୌଦ୍ଧ,କଳାହାଣ୍ଡି, ମାଲକାନଗିରି ଓ ପୁରୀ ଜିଳ୍ଲାରୁ ୩ ଜଣ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍ ରୁ ୧୩ ଜଣ ଆକ୍ରାନ୍ତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୨୮୬୯ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟର ରେ ସୂଚନା ଦିଆଯାଇଛି ।

ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଆଉ ୧୫ ଜଣ କରୋନା ସଂକ୍ରମିତଙ୍କ ର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବଧିକ ୬ ଜଣ, ବାଲେଶ୍ବର, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଁଏ, ଢ଼େଙ୍କାନାଳ , କେନ୍ଦ୍ରାପଡ଼ା ଓ ସମ୍ବଳପୁର ଜିଲ୍ଲାରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ଜୀବନ ନେଇଛି ଘାତକ କରୋନା।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୨୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୨୮୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୨୬୮୧୫୮ଜଣ ସୁସ୍ଥ ହୋଇଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୨୬କୁ ବୃଦ୍ଧି ପାଇଥିଲାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୫୬୩୨ ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତିା ଗତକାଲି ସୁଦ୍ଧା ରାଜ୍ୟରେ ୨୮୮୭୯୮୦୬ସାମ୍ପୁଲ ଟେଷ୍ଟ୍ ହୋଇଛି । 

nis-ad
Leave A Reply

Your email address will not be published.