ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ରାଜଧାନୀରୁ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥ ପାହାଳ ନିକଟରୁ ଏସଟିଏଫ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଟଣୀ ମୁଣ୍ଡିଆ ସାହିର ଶିବ ପ୍ରସାଦ ଦାସ । ତା ଠାରୁ ୧ କେଜି ୨୨୭ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି ।

ଯାହାର ଅନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ । ଏହାସହିତ ଏକ ଦାମୀ ବାଇକ ମଧ୍ୟ ଜବତ କରିଛି ଏସଟିଏଫ । ଶିବୁ ଅନେକ ଅପରାଧରେ ଜଡିତ ଥିବା ଜଣାପଡିଛି । ପୂର୍ବରୁ ବ୍ରାଉନସୁଗାର ଓ ବନ୍ଧୁକ କାରବାର ମାମଲାରେ ଶିବୁ ଫେରାର ଥିଲା । ସେହିପରି ଶିବୁ ନାଁରେ ୬ଟି ଅପରାଧିକ ମାମଲା ମଧ୍ୟ ରହିଛି । ୨୦୨୦ରୁ ଏଯାଏଁ୫୦ କେଜିରୁ ଅଧିକ ବ୍ରାଉନସୁଗାର ଏସଟିଏଫ ଜବତ କଲାଣି ।

nis-ad
Leave A Reply

Your email address will not be published.