ମହାଶିବ ରାତ୍ରିରେ ୨୧ ଲକ୍ଷ ଦୀପରେ ଝଲସି ଉଠିବ ମହାକାଳ ନଗରୀ, ଗିନିଜ୍ ବୁକ୍ ଅଫ ରେକର୍ଡ ପାଇଁ ଚାଲିଛି ପ୍ରସ୍ତୁତି

ଉଜ୍ଜୈନ ୨୧।୦୨: ମହାଶିବରାତ୍ରିରେ ମହକାଳର ନଗରୀ ଉଜ୍ଜୈନରେ ନୂତନ ଇତିହାସ ରଚାଯିବ। ୨୧ ଲକ୍ଷ ଦୀପରେ ଝଲସି ଉଠିବ ଉଜ୍ଜୈନ ସହର। ସହର ନାମରେ ଗିରିଜ୍ ବୁକ୍ ଅଫ ରେକର୍ଡ ତଥା ଲିମକା ବୁକ୍ ଅଫ ରେକର୍ଡ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ପ୍ରଥମେ ୧୧ ରୁ ୧୫ ଲକ୍ଷ ଦୀପ ଜଳାଇବାକୁ ଯୋଜନା କରାଯାଇଥିଲା। ମାତ୍ର ଏବେ ୨୧ ଲକ୍ଷ ଦୀପ ପ୍ରଜ୍ଜ୍ଵଳିତ କରାଯିବ।

ମହାଶିବରାତ୍ରିରେ ସିପ୍ରା ନଦୀର ଭୁଖି ମାତା ମନ୍ଦିର ଘାଟରୁ ରାମ ଘାଟ ପର୍ଯ୍ୟନ୍ତ ୧୨ ଲକ୍ଷ ଦୀପ ଜଳାଯିବ। ତିନି ଲକ୍ଷ ଦୀପ ଅଲଗା ଅଲଗା ସ୍ଥାନରେ, ଘର ଏବଂ ପ୍ରତିଷ୍ଠାନରେ ପ୍ରଜ୍ଜ୍ଵଳିତ କରାଯିବ। ଦୀପ ଜଳାଇବା ପାଇଁ ୧୨ ହଜାର ସ୍ଵଂୟସେବକ ନିୟୋଜିତ ହେବେ। ଏଥିପାଇଁ ଜିଲ୍ଲା ପଞ୍ଚାୟତ, ଶିକ୍ଷା ବିଭାଗ, ନଗର ନିଗମ ଏବଂ ସ୍ମାର୍ଟ ସିଟିକୁ ଦାୟିତ୍ଵ ଦିଆଯାଇଛି। ସାଇରନ ବାଜିବା ମାତ୍ରେ ଦୀପ ଜଳା ଆରମ୍ଭ ହେବ।

ଜିଲ୍ଲାପାଳ ଆଶିଷ ସିଂହ କହିଛନ୍ତି, ପ୍ରଥମେ ୧୫ ଲକ୍ଷ ଦୀପ ଲଗାଇବାକୁ ଯୋଜନା କରାଯାଇଥିଲା। ମାତ୍ର କାର୍ଯ୍ୟକ୍ରମରେ ଯେଉଁଭଳି ଲୋକେ ସାମିଲ୍ ହେଉଛନ୍ତି, ଏହାକୁ ଦୃଷ୍ଟିରେ ରଖି ଆୟୋଜନକୁ ବଡ କରାଯାଇଛି। ସାମାଜିକ ସଂଗଠନ, ବିଦ୍ୟାର୍ଥୀ ଏବଂ ଅନ୍ୟ ଧର୍ମ ସହ ଜଡିତ ଲୋକଙ୍କୁ ମଧ୍ୟ ସାମିଲ୍ କରାଯିବ। ଏ ନେଇ କମିଟି ଗଠନ କରାଯାଇଛି। ସିପ୍ରା ନଦୀ କୂଳରେ ଏକ ହଜାର ଦୀପ  ଜଳାଇ ରିହଲର୍ସଲ କରାଯାଇଛି। ଜଣେ ବ୍ୟକ୍ତି ପାଖାପାଖି ୧୦୦ ଦୀପ ଜଳାଇବେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଅଯୋଧ୍ୟାରେ ଦୀପୋତ୍ସବ ଆୟୋଜିତ ହୋଇଥିଲା। ଦୀପାବଳି ଅବସରରେ ସେଠାରେ ୧୨ ଲକ୍ଷ ଦୀପ ଜଳାଯାଇଥିଲା।  

nis-ad
Leave A Reply

Your email address will not be published.