ପାତ୍ରପୁର ବ୍ଳକରେ ୬୪.୪୮ ଶତକଡା ମତଦାନ, କାଁ ଭାଁ ହିଂସାକାଣ୍ଡ ସହିତ ମତଦାନ ଶେଷ

ପାତ୍ରପୁର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନରେ ପାତ୍ରପୁର ବ୍ଳକ ରେ କା ଭା ହିଂସାକାଣ୍ଡ ସହିତ ମତଦାନ ଶେଷ ହୋଇଛି। ବ୍ଳକର ସର୍ବମୋଟ ୧,୧୨,୧୬୦ ଭୋଟର ର଼ହିଥିବା ବେଳେ ୭୨,୩୨୫ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ସେଥିମଧ୍ୟରୁ ୩୪,୦୬୨ ପୁରୁଷ ଭୋଟର ଓ ୩୮,୨୪୮ ମହିଳା ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଥିବା ବିଡ଼ିଓ ପ୍ରକାଶ କୁମାର ଦାସ ସୂଚନା ଦେଇଛନ୍ତି।ବିଶେଷ କରି ମହିଳା ଭୋଟର ମାନଙ୍କ ମଧ୍ୟରେ ଭୋଟ ଦେବା ପାଇଁ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏବଂ ନିର୍ଦ୍ଧାରିତ ସମୟରେ ଭୋଟଗ୍ରହଣ ଆରମ୍ଭ ହୋଇଥିଲେ ମଧ୍ୟ କିଛି ବୁଥରେ ଭୋଟର ମାନେ କିଛି ସମୟ ଅପେକ୍ଷା କରି ସେମାନଙ୍କ ମୌଳିକ ଅଧିକାର କୁ ସାବ୍ୟସ୍ତ କରିଥିଲ।

ସକାଳ ୭ଘଣ୍ଟାରେ ମତଦାନ ଆରମ୍ଭ ହୋଇଥିବା ବେଳେ ଚିଡିପୁଡ଼ିରେ ଏଜେଣ୍ଟଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।ପାତ୍ରପୁର ପଞ୍ଚାୟତର ଗୋଲା ସାହି ୧୫ ନମ୍ବର ବୁଥରେ ମତଦାନ ଚାଲି ଥିବାବେଳେ ବୁଥ ବାକ୍ସକୁ ପାଣି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।ସେହିପରି ତୁମ୍ବା ପଞ୍ଚାୟତ ଅନ୍ତର୍ଗତ ଧାଡ଼ିଆମ୍ବ ଗ୍ରାମର ସମସ୍ତଙ୍କ ଲୋକଙ୍କ ନା ଭୋଟର ତାଲିକା ରେ ନଥିବା ନେଇ ଖବର ଜଣା ପଡିବା ପରେ ପାଟି ତୁଣ୍ଡ ଆରମ୍ଭ ହୋଇଥିଲା lନାମ ନଥିବା ଲୋକେ ଅଣ୍ଡରସିଙ୍ଗି ଗ୍ରାମରେ ଥିବା ଭୋଟ କେନ୍ଦ୍ର ନିକଟରେ ଧାରଣା ଦେବା ସହ ପୁଲିଙ୍ଗ ଦଳ କୁ ଅଟକ ରଖିଥିଲେ। ଖବର ପାଇ ତହସିଲଦାର ଅମିତ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝା ସୁଝା କରୁଥିବା ବେଳେ ଜରଡ଼ା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ମାନେ ଶାନ୍ତ ପଡ଼ିବା ସହ ପୁଲିଙ୍ଗୀ ଦଳକୁ ଛାଡିଥିଲେ।ଦିନ ତମାମ ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି କିର୍ତ୍ତିଭାସନ ବ୍ଳକରେ ରହି ସମସ୍ତ ବ୍ୟବସ୍ଥା ପ୍ରତି ଅନୁଧ୍ୟାନ କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଜନ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ।

nis-ad
Leave A Reply

Your email address will not be published.