ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ବର୍ଷା ନେଇ ପୂର୍ବାନୁମାନ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ବର୍ଷା । ୬ ଜିଲ୍ଲାରେ ହାଲ୍କା ବର୍ଷା ସମ୍ଭାବନା । କନ୍ଧମାଳ, ନୟାଗଡ଼, ଗଜପତି, ଗଞ୍ଜାମ, କଟକ, ଢେଙ୍କାନାଳ ଜିଲ୍ଲାରେ ବର୍ଷା ହୋଇପାରେ । ଏଥିସହ ଦକ୍ଷିଣ ଉପକୂଳ ଓଡିଶାରେ ମଧ୍ୟମ ଧରଣର କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ୨୪ ଘଣ୍ଟା ପରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, କେଉଁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର ଜିଲ୍ଲାରେ ମଧ୍ୟ ହାଲ୍କା ବର୍ଷା ହୋଇପାରେ ବୋଲି ଜଣାପଡ଼ିଛି ।

ରାଜ୍ୟରେ ଏଭଳି ପାଗ ଆସନ୍ତା ୨୧ ତାରିଖ ଯାଏଁ ରହିବା ନେଇ ପାଣିପାଗ ବିଭାଗ ପ୍ରକାଶ କରିଛି ।

nis-ad
Leave A Reply

Your email address will not be published.