ନିର୍ବାଚନ କମିଶନଙ୍କ କଟକଣା ସରକାର ମାନୁନାହାଁନ୍ତି: ସୁର ରାଉତରାୟ

ଭୁବନେଶ୍ବର: ନିର୍ବାଚନୀ ହିଂସା ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ କହିଛନ୍ତି, ନିର୍ବାଚନ କମିଶନଙ୍କ କଟକଣା ସରକାର ମାନୁନାହାଁନ୍ତି । ବୁଧବାର କଣାସ, କୃଷ୍ଣପ୍ରସାଦ ବାଲେଶ୍ବର ସବୁଠି ନିର୍ବାଚନୀ ହିଂସା ହୋଇଛି । ୨ ଜଣ ସମ୍ବାଦିକଙ୍କୁ ମାଡ ହୋଇଛି । ଘଟଣାକୁ ନେଇ ଆମେ ମର୍ମାହତ । ସ୍ଥିତି ଏମିତି ହୋଇଛି ନିର୍ବାଚନ କମିଶନର ଗାଁକୁ ଗଲେ ବି ମାଡ ଖାଇବେ ।

ଗାନ୍ଧୀ, ଗୋପବନ୍ଧୁ ଥିଲେ ନିର୍ବାଚନ ଲଢ଼ିବା ତ ଦୂର କଥା ନୋମିନେସନ କରିପାରି ନଥାନ୍ତେ । ନିର୍ବାଚିତ ପ୍ରତିନିଧିଙ୍କୁ କାମ କରିବାକୁ ସୁଯୋଗ ଦେଉ ଶାସକ ଦଳ । ନିର୍ବାଚନରେ ମଦ ଓ ମାଂସ ବଣ୍ଟା ହେଉଛି । ଟଙ୍କା ବଣ୍ଟା ହେଉଛି । ପୋଲିସ ଡିଜି କଣ କରୁଛନ୍ତି ? ଏଥିପାଇଁ ବିଜେପି-ବିଜେଡି ଦାୟୀ ।

ଅନ୍ୟପଟେ ଲିଙ୍ଗରାଜ ଜମି ହଡପ ପାଇଁ ଯୋଜନା ଚାଲିଛି । ମାମଲା ସୁପ୍ରିମକୋର୍ଟରେ ଥିବାବେଳେ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି । ପୁନର୍ବିଚାର ପାଇଁ ଆମେ ରିଭ୍ୟୁ ପିଟିସନ କରିବୁ ।

nis-ad
Leave A Reply

Your email address will not be published.