ବିଧାନ ପରିଷଦ ସଂକଳ୍ପ ପ୍ରସଙ୍ଗ, କେନ୍ଦ୍ରକୁ ଚିଠି ଲେଖିଲେ ବାଚସ୍ପତି

ଭୁବନେଶ୍ୱର: ବିଧାନ ପରିଷଦ ସଂକଳ୍ପ ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କେନ୍ଦ୍ରକୁ ୨ଟି ଚିଠି ଲେଖିଛନ୍ତି । କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁଙ୍କୁ ପାତ୍ର ଚିଠି ଲେଖିଛନ୍ତି। ୧୮ ସେପ୍ଟେମ୍ବର ୨୦୧୮ରେ ବିଧାନସଭା ସଂକଳ୍ପ ପ୍ରସ୍ତାବ ପାରିତ ହୋଇ କେନ୍ଦ୍ରକୁ ଅବଗତ କରାଯାଇଥିଲା । ରାଜ୍ୟ ସଭା, ଲୋକ ସଭା, ଆଇନ ବିଭାଗକୁ ମଧ୍ୟ ପ୍ରସ୍ତାବ ପାରିତ ହୋଇଥିବା କଥା ଜଣାଯାଇଥିଲା ।

କିନ୍ତୁ କେଉଁ କାରଣରୁ ଏ ବିଷୟରେ ଆପଣଙ୍କୁ ଅବଗତ କରାଯାଇନାହିଁ, ସେ ଦିଗରେ ତଦନ୍ତ କରିବାକୁ ବାଚସ୍ପତି ଚିଠିରେ ଉଲ୍ଲେଖ କରିଛନ୍ତି । ସେହିପରି ଦ୍ବିତୀୟ ଚିଠିରେ ୨୦୧୮ରେ ପଠାଯାଇଥିବା ସଂକଳ୍ପର ପ୍ରମାଣପତ୍ର ଓ ସମସ୍ତ ଚିଠିକୁ ସଂଲଗ୍ନ କରି କେନ୍ଦ୍ରକୁ ପଠାଯାଇଛି। ତେଣୁ ଏସମ୍ପର୍କରେ କେନ୍ଦ୍ର ସରକାର ଚିଠି ପାଇ ରାଜ୍ୟକୁ ଅବଗତ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।

nis-ad
Leave A Reply

Your email address will not be published.