ଆଲିଆ ବେଗମ ଏବଂ ତାଙ୍କ ସାନ ପୁଅ ମି.ଆରିଫ ହୁସେନ ବିଜେପିରେ ଯୋଗଦେଲେ

ନବରଙ୍ଗପୁର (୧୪/୦୨) : ନବରଙ୍ଗପୁର ଜିଲ୍ଲାର ପୂର୍ବତନ ରାଜନୀତି ମୈଦାନର ଚାଣକ୍ୟ , ପୂର୍ବତନ ମନ୍ତ୍ରୀ , ସାତ ଥରର ନବରଙ୍ଗପୁର ବିଧାୟକ , ସୁପର ଚିଫ ମିନିଷ୍ଟର ଆଖ୍ୟା ପାଇଥିବା ପୂର୍ବତନ ମହାନାୟକ ଜନାଵ ହାବିବୁଲା ଖାଁଙ୍କ ଭଉଣୀ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ପିଉସୀ ଶ୍ରୀମତୀ ଆଲିଆ ବେଗମ ଏବଂ ତାଙ୍କ ସାନ ପୁଅ ମି.ଆରିଫ ହୁସେନ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ଓ ଲୋକପ୍ରିୟ ପ୍ରଧାନ ମନ୍ତ୍ରୀ ମୋଦିଜିଙ୍କ ସର୍ଵଜନ ଆଦୃତ ଯୋଜନାରେ ଅନୁପ୍ରାଣିତ ହୋଇ ଭାଜପା ସଙ୍ଗଠନରେ ସାମିଲ ହେଲେ।

ଉକ୍ତ ମିଶ୍ରଣ ପର୍ବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରିଶଙ୍କର ମାଝୀ ଶ୍ରୀମତୀ ବେଗମ୍ ଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ବିଜେପି ପରିବାରକୁ ସ୍ୱାଗତ ଜଣାଇ ଥିଲେ,ସର୍ବଶ୍ରୀ କାହ୍ନୁ ଦାସ,ଯୁବମୋର୍ଚ୍ଚା ପ୍ରଭାରୀ,ନଗର ମଣ୍ଡଳ ସଭାପତି ପିଣ୍ଟୁ ମିଶ୍ର,ଗୋକୁଳ ବିଷୋୟୀ,କୁନା ଦାସ,ଜ୍ୟୋତି କଂସ,ମହିଳା ମୋର୍ଚ୍ଚା ସଭାନେତ୍ରି ଶ୍ରୀମତୀ ଶର୍ମିଷ୍ଠା ଦେଓ,ଜିଲ୍ଲା ପରିଷଦ ପ୍ରାର୍ଥିନୀ ଫୁଲମା ଭତ୍ରା,ବବିତା ସାହୁ,ସୁକାନ୍ତି ବେହେରା,ଦ୍ରୌପଦୀ ଭତ୍ରା,ଗିତାଞ୍ଜଳି ମହାପାତ୍ର ସେବତୀ ବେହେରା ଓ ଅନ୍ଯାନ୍ଯ କର୍ମକର୍ତ୍ତା କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.