ରାଜଧାନୀରେ ମୋବାଇଲ ଚୋରୀ କରୁଥିବା ୩ ଲୁଟେରା ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ମାତିଛନ୍ତି ମୋବାଇଲ ଲୁଟେରା । ଗଳି କନ୍ଦିରେ ଲୋକଙ୍କ ଠାରୁ ଛଡାଇ ନେଉଛନ୍ତି ମୋବାଇଲ ଫୋନ୍ ଯାହାକୁ ନେଇ ରାଜଧାନୀ ବାସୀ ଚିନ୍ତାରେ ରହିଥିବା ବେଳେ ବର୍ତ୍ତମାନ କମିଶନରେଟ୍ ପୋଲିସ୍ ହାତରେ ଧରା ପଡିଛନ୍ତି ମୋବାଇଲ ଚୋରୀ କରୁଥିବା ୩ ଲୁଟେରା ।

ସୂଚନା ଅନୂସାରେ ଗତକାଲି ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟରୁ ଏହି ଲୁଟେରା ମାନେ ଜଣଙ୍କ ଠାରୁ ମୋବାଇଲ ଛଡାଇ ନେଇ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍ ହାବୁଡ଼ରେ ଧରା ପଡିଛନ୍ତି ।

ଏମାନଙ୍କୁ ନୟାପଲ୍ଲୀ ପୋଲିସ୍ ଦ୍ୱାରା ଗିରଫ କରାଯାଇ ଏମାନଙ୍କ ଅନ୍ୟ ସହଯୋଗୀ ମାନଙ୍କ ବାବଦରେ ଖୋଳତାଡ ଆରମ୍ଭ କରାଯାଇଛି । ଏହି ମାମଲାରେ ୩ ଜଣ ଲୁଟେରାଙ୍କୁ ଗିରଫ କରାଯାଇଥିବା ବେଳେ ଏମାନେ ସମସ୍ତେ ନୟାପଲ୍ଲୀ ବେହେରା ସାହି ଅଞ୍ଚଳର ବୋଲି ଜଣାପଡିଛି ।

nis-ad
Leave A Reply

Your email address will not be published.