ଅମରିନ୍ଦରଙ୍କୁ ନେଇ ପ୍ରଥମଥର ଲାଗି ମୁହଁ ଖୋଲିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମମନ୍ତ୍ରୀ ତଥା କଂଗ୍ରେସ ନେତା କ୍ୟାପ୍ଟେନ୍‌ ଅମରିନ୍ଦର ସିଂଙ୍କୁ ନେଇ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିରବତା ଭାଙ୍ଗିଛନ୍ତି। ଆଜି ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ପ୍ରିୟଙ୍କା ଅମରିନ୍ଦରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ, ଅମରିନ୍ଦର ମୁଖ୍ୟମନ୍ତ୍ରୀ ଥିବା ବେଳେ କେନ୍ଦ୍ରର ବିଜେପି ସରକାର ଦ୍ୱାରା ପରିଚାଳିତ ହେଉଥିଲେ। କିଛି ଗୋଟେ ଭୁଲ ଚାଲୁଥିବା ଆମେ ଜାଣିଥିଲୁ। ତେଣୁ ନେତୃତ୍ୱ ପରିବର୍ତ୍ତନ ଆବଶ୍ୟକ ପଡ଼ିଲା ବୋଲି ପ୍ରିୟଙ୍କା କହିଛନ୍ତି।
ଆମେ ଅମରିନ୍ଦରଙ୍କ ବିକଳ୍ପ ଖୋଜି ଚରଣଜିତ ସିଂ ଚନ୍ନିଙ୍କୁ ଆଣିଛୁ। ଯିଏ ବର୍ତ୍ତମାନ ଆପଣଙ୍କ ସାମ୍ନାରେ ଅଛି ବୋଲି ସେ କହିଛନ୍ତି। ଆଜି ପଞ୍ଜାବର ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ଏହା କହିଛନ୍ତି ପ୍ରିୟଙ୍କା। ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ କଳହକୁ ନେଇ ଯେଉଁ ସୂତ୍ରପାତ ହୋଇଥିଲା ସେଥିରେ ପ୍ରଥମ ଥର ପାଇଁ ଗାନ୍ଧି ପରିବାର ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି।
ଏଥିସହ ଅମରିନ୍ଦରଙ୍କ ବିରୋଧରେ ସିଦ୍ଧୁଙ୍କର ଥିବା ବିଦ୍ରୋହକୁ ପ୍ରିୟଙ୍କା ସମର୍ଥନ କରିଥିବା ତାଙ୍କ ବୟାନରୁ ସ୍ପଷ୍ଟ ହୋଇଛି। ଗତ ସେପ୍ଟେମ୍ବର ମାସରେ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପଞ୍ଜାବ କଂଗ୍ରେସରେ ଲାଗିଥିବା କନ୍ଦଳ ମେଣ୍ଟାଇବାରେ ଦୀର୍ଘଦିନ ଧରି ମେଣ୍ଟାଇବାରେ କ୍ୟାପଟେନ ଅସଫଳ ହେବା ପରେ ନିଜେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ପଞ୍ଜାବ ଲୋକ କଂଗ୍ରେସ ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ । ଏଥିସହ ବିଜେପି ସହ ମେଣ୍ଟ କରି କ୍ୟାପ୍ଟେନଙ୍କ ନୂଆ ଦଳ ପଞ୍ଜା ବିଧାନ ସଭା ନିର୍ବଚନରେଅବତୀର୍ଣ୍ଣ ହୋଇଛି। ଗାନ୍ଧି ପରିବାର ବିରୋଧରେ ଲମ୍ବା ଚଉଡ଼ା ଅଭିଯୋଗ ଆଣି ଇସ୍ତଫା ଦେଇଥିଲେ ଅମରିନ୍ଦର। କଂଗ୍ରେସରେ ୪ ଦଶନ୍ଧି ଧରି ଯୋଡ଼ି ହୋଇଥିଲେ ଅମରିନ୍ଦର।

nis-ad
Leave A Reply

Your email address will not be published.