ଦ୍ୱିତୀୟ ଦିନରେ ADMଙ୍କୁ ଧରି ସୁନ୍ଦରଗଡ ଆଣିଲା ଭିଜିଲାନ୍ସ ଟିମ୍

ଭୁବନେଶ୍ୱର: ସରୁନି ଆକଳନ । ଦୁଇ ଦିନ ହେଲା ଚାଲିଛି ସରକାରୀ ବାବୁଙ୍କ ସମ୍ପତ୍ତିର ଗଣନା । ଗତକାଲି ସୁନ୍ଦରଗଡ ବିଶ୍ବଜିତ ମହାପାତ୍ରଙ୍କ ସୁନ୍ଦରଗଡ, ଭୁବନେଶ୍ବର ଏବଂ ଜଗତସିଂହପୁରର ମୋଟ୍ ୭ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ।

ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ସୁନାଗହଣା, ନଗଦ ଟଙ୍କା ସହ ଭୁବନେଶ୍ବର ଓ ଜଗତସିଂହପୁରରେ ୧୦ଟି ପ୍ଲଟ୍ ଠାବ କରିଛି ଭିଦିଲାନ୍ସ ।

ଯାହାର ବଜାର ଦର କୋଟି କୋଟି ଟଙ୍କା ବୋଲି ଆକଳନ କରାଯାଇଛି ।

ତେବେ ଆଜି ଦ୍ୱିତୀୟ ଦିନରେ ସରକାରୀ ବାବୁଙ୍କୁ ଧରି ଭୁବନେଶ୍ବରରୁ ସୁନ୍ଦରଗଡକୁ ଅଣାଯାଉଛି । ଏହାସହ ସୁନ୍ଦରଗଡ ସରକାରୀ ବାସଭବନରେ ଚଢାଉ କରୁଛି ଭିଜିଲାନ୍ସ ।

nis-ad
Leave A Reply

Your email address will not be published.