ଖୋଲିବ ଅଙ୍ଗନୱାଡ଼ି: ମହିଳା ଓ ଶିଶୁ ବିକାଶ ବିଭାଗ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର: କୋଭିଡ ପାଇଁ ଗତ ଦୁଇବର୍ଷ ଧରି ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିଲା । ତେବେ ଏଥିରୁ ବାଦ୍ ପଡ଼ିନଥିଲା ଅଙ୍ଗନୱାଡ଼ି କେନ୍ଦ୍ର । ତେବେ ବର୍ତ୍ତମାନ ରାଜ୍ୟରେ କୋଭିଡ୍ ସଂକ୍ରମଣ ନିମ୍ନମୁଖୀ ହେଉଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି ।

ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଚିଠି ଲେଖାଯିବା ସହ ଆସନ୍ତା ୧୬ ତାରିଖ ସୁଦ୍ଧା ରିପୋର୍ଟ ପଠାଇବାକୁ ଅନୁରୋଧ କରାଯାଇଛି ।

ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା ସମସ୍ତ କେନ୍ଦ୍ରର ସ୍ଥିତି ଓ ଅନ୍ୟାନ୍ୟ ସାମଗ୍ରୀର ଉପଲବ୍ଧତା ନେଇ ଯାଞ୍ଚ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଆସନ୍ତା ୧୬ ତାରିଖ ସୁଦ୍ଧା ଜିଲ୍ଲାପାଳମାନେ ଏନେଇ ରିପୋର୍ଟ ପଠାଇବା ପରେ ସରକାର ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି ।

nis-ad
Leave A Reply

Your email address will not be published.