ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ପରଲୋକ

ଯାଜପୁର: ପରଲୋକରେ ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା । ଭୁବନେଶ୍ୱର ସ୍ଥିତ ବାସଭବନରେ ଗତକାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ କାରଣରୁ ତାଙ୍କର ମୃତ୍ୟୁ ଘଟିଛି।

ରସୁଲପୁର ବ୍ଲକ ବାହାଦଲାପୁର ପଞ୍ଚାୟତ ଗରିପୁର ଗାଁରେ କାଙ୍ଗାଳି ଚରଣ ପଣ୍ଡାଙ୍କର ଘର ।

ସେ ୧୯୮୦ ମସିହାରେ ପ୍ରଥମେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ପରେ ୧୯୮୫ରୁ ୧୯୯୦ ପର୍ୟ୍ୟନ୍ତ କଂଗ୍ରେସରୁ ବିଧାୟକ ହୋଇଥିଲେ । କାଙ୍ଗାଳି ଚରଣ ପଣ୍ଡାଙ୍କ ବିୟୋଗରେ ଧର୍ମଶାଳା ସମେତ ଯାଜପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

nis-ad
Leave A Reply

Your email address will not be published.