ପୌର ଭୋଟରେ ପ୍ରଥମ ଥର ପାଇଁ ରହିବ NOTA

ଭୁବନେଶ୍ୱର: ରାଜ୍ୟରେ ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି ପଞ୍ଚାୟତ ଭୋଟ । ପାଞ୍ଚଟି ପର୍ଯ୍ୟାୟରେ ହେବାକୁ ଯାଉଛି ମତଦାନ । ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ହେବ ପୌର ନିର୍ବାଚନ । ପ୍ରଥମ ଥର ପାଇଁ ଚଳିତ ପୌର ଭୋଟରେ ରହିବ NOTA । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ପ୍ରାର୍ଥୀ ନା ପସନ୍ଦ ହେଲେ NOTAରେ ଭୋଟ ଦେଇପାରିବେ ଭୋଟର ।

ପୂର୍ବରୁ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ରହୁଥିଲା NOTA । ତେବେ ପ୍ରଥମ ଥର ପାଇଁ ପୌର ଭୋଟରେ ରହିବ NOTA । ସମ୍ବିଧାନର ଧାରା 243-ZA ଅନୁଯାୟୀ ଏହି ବ୍ୟବସ୍ଥା ଲାଗୁ ହେବ ।

ତେବେ ଆଗକୁ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଗତକାଲି ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ ଏଥର ପୌର ନିର୍ବାଚନରେ ଇଭିଏମ୍‌ର ବ୍ୟବହାର କରାଯିବ ବୋଲି କୁହାଯାଇଥିଲା । ଏଥିସହି ଚଳିତ ପୌର ନିର୍ବାଚନ ଲଢ଼ିବାକୁ ଥିବା ଆଶାୟୀଙ୍କୁ ପ୍ରାର୍ଥିପତ୍ର ଦାଖଲ ବେଳେ ସତ୍ୟପାଠ ମଧ୍ୟ ଦାଖଲ କରିବାକୁ ପଡ଼ିବ। ଏହା ସହିତ ପୌର ନିର୍ବାଚନରେ ପ୍ରାର୍ଥୀମାନେ କେତେ ଅର୍ଥ ଖର୍ଚ୍ଚ କରିପାରିବେ, ସେ ସଂପର୍କରେ ସମସ୍ତ ରାଜନୀତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ ରାଜ୍ୟ ନିର୍ବାଚନ କମିଶନର।

nis-ad
Leave A Reply

Your email address will not be published.