ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗରେ ଜିଲ୍ଲାପାଳଙ୍କ ନୋଟିସ୍ ଜାରି; କିଛି ଭୁଲ୍‌ ନାହିଁ – ପ୍ରମିଳା ମଲ୍ଲିକ

ଯାଜପୁର: ଅଡୁଆରେ ବିଜେଡ଼ି ବିଧାୟିକା ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗରେ ଆଜି ପ୍ରମିଳା ମଲ୍ଲିକଙ୍କ ପାଖକୁ ନୋଟିସ୍ ଜାରି କରିଛନ୍ତି ଯାଜପୁର ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ଗତକାଲି ପ୍ରଚାର ସମୟରେ ବିଞ୍ଝାରପୁର ବିଧାୟିକା ଆଚରଣ ବିଧି ଉଲଘଂନ କରିଥିବା ନେଇ ଅଭିଯୋଗ ହୋଇଛି । ଗତକାଲି ବିଞ୍ଝାରପୁରରେ ପ୍ରଚାର ସମୟରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ନଦେଲେ କିଛି ସରକାରୀ ଯୋଜନା ମିଳିବନି ବୋଲି ସିଧା ସିଧା କହିଥିଲେ ପ୍ରମିଳା ମଲ୍ଲିକ ଯାହାପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ତେବେ ଏହି ଭିଡିଓ ଭାଇରାଲ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା । ଏହାକୁ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ନୁହେଁ, ଆମ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛି ଏଥିରେ କିଛି ଭୁଲ ନାହିଁ ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.