ଆଜି ଓଡ଼ିଶାରେ ଆଉ ୧୫୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ, ୨୦ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୫୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧୮ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୬୫୪ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୦୯ଜଣ ଶିଶୁ ରହିଛନ୍ତି ।ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୯, ବାଲେଶ୍ୱର ୬୨, ବରଗଡ ୨୫, ଭଦ୍ରକ ୨୭, ବଲାଙ୍ଗିର ୪୦, ବୌଦ୍ଧ ୨୫, କଟକ ୧୬୧, ଦେବଗଡ ୨୦, ଢେଙ୍କାନାଳ ୩୫, ଗଜପତିରୁ ୪୭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୨୭, ଜଗତସିଂହପୁର ୪୮, ଯାଜପୁର ୫୨, ଝାରସୁଗୁଡା ୧୩, କଳାହାଣ୍ଡି ୨୨, କନ୍ଧମାଳ ୬୨, କେନ୍ଦ୍ରାପଡା ୩୦, କେନ୍ଦୁଝରରେ ୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏଥିସହିତ କୋରାପୁଟ ୮୭, ମାଲକାନଗିରି ୬, ମୟୂରଭଞ୍ଜ ୬୦, ନବରଙ୍ଗପୁର ୨୦, ନୟାଗଡ ୩୫, ନୂଆପଡା ୨୩, ପୁରୀ ୩୯, ରାୟଗଡା ୭୪, ସମ୍ବଲପୁର ୭୩, ସୋନପୁର ୧୨, ସୁନ୍ଦରଗଡ ୧୧୩ ଷ୍ଟେଟପୁଲ ରୁ ୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୪୫୭୫ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଯାଜପୁରରୁ ସର୍ବାଧିକ ୪ ଜଣ, ଖୋର୍ଦ୍ଧା,ବାଲେଶ୍ୱର ଓ କେନ୍ଦ୍ରାପଡାରୁ ୩ ଲେଖାଏଁ, ମୟୁରଭଞ୍ଜରୁ ୨, ନବରଙ୍ଗପୁର ଓ କେନ୍ଦୁଝର ଜଣେ ଲେଖାଏଁ, ଜଗତସିଂହପୁର,କଟକ ଓ ଭଦ୍ରକରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୮୩୮ରେ ପହଞ୍ଚିଛି।

ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୩,୨୭୯ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୫୧ ହଜାର ୪୩୧ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୭୪ ହଜାର ୫୭୫କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୪ ହଜାର ୨୫୩ ରହିଛି । କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୮୩୮ରେ ପହଞ୍ଚିଛି। ଏହାଛଡ଼ା ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୨୮୨୯୩୮୪୧ ସାମ୍ପୁଲ ଟେଷ୍ଟ୍ ହୋଇଛି । 

nis-ad
Leave A Reply

Your email address will not be published.