ଚିଲିକାରେ ଚାଲିବ ହାଉସ ବୋଟ୍

ଭୁବନେଶ୍ୱର: ନୀଳାମ୍ବୁ ଚିଲିକା ମଝିରେ ରାତି କଟାଇବେ ପର୍ଯ୍ୟଟକ । ସାଉଁଟିବେ ନିଆରା ସ୍ମୃତି ଓ ଅନୁଭୂତି । ପର୍ଯ୍ୟଟନଙ୍କୁ ଆକୃଷ୍ଟ କରିବା ପାଇଁ ଚିଲିକାରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ହାଉସବୋଟ ବ୍ୟବସ୍ଥା । ଯାହାକି ରାଜ୍ୟରେ ପ୍ରଥମ । ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ସବୁଜ ସଂକେତ ମିଳିସାରିଛି ।

ଏକ ଘରୋଇ ସଂସ୍ଥା ଇକୋ ରିସର୍ଟସକୁ ବୋଟ ପରିଚାଳନା ଦାୟିତ୍ୱ ଦିଆଯାଇଛି । ପର୍ଯ୍ୟଟକଙ୍କ ଖୁସି ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବା ସହ ସବୁ ପ୍ରକାରର ସୁବିଧା ବୋଟରେ ଉପଲବ୍ଧ ରହିଛି । ବୋଟ୍ ତଥା ଏହି ପ୍ରକଳ୍ପର ନାଁ ‘ଗରୁଡ଼’ ରଖାଯାଇଛି । ଓଡ଼ିଶା ପର୍ଯ୍ୟଟନ ବିଭାଗ ନିଦେ୍ର୍ଧଶକ ସଚ୍ଚିନ ଆର ଯାଦବ କହିଛନ୍ତି, ଡବଲ ଇଞ୍ଜିନ ବିଶିଷ୍ଟ ଏହି ବୋଟର ଲମ୍ବା ୧୦୫ ଫୁଟ୍ ଓସାର ୨୨ ଫୁଟ ଅଟେ ।

nis-ad
Leave A Reply

Your email address will not be published.