ପ୍ରିୟଙ୍କା ଦେଇଥିବା ବିବୃତ୍ତିର ଜବାବରେ କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ସୃଷ୍ଟି ହୋଇଥିବା ହିଜାବ ଝଡ଼ ଦିନ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ରାଜନୈତିକ ବୟାନବାଜି ଏହି ପ୍ରସଙ୍ଗକୁ ଆହୁରି ଉସ୍ମ କରିଛି। ହିଜାବକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଦେଇଥିବା ଏକ ବିବୃତ୍ତିର ଜବାବରେ ରାଜ୍ୟର ଜଣେ ମନ୍ତ୍ରୀ ବିବାଦୀୟ ବୟାନ ଦେଇଛନ୍ତି। କର୍ଣ୍ଣାଟକର ବିଜେପି ବିଧାୟକ ରେଣୁକାଚାର୍ଯ୍ୟ କହିଛନ୍ତି ଯେ, ଝିଅମାନଙ୍କ ପୋଷାକ ପାଇଁ ଦୁର୍ଷ୍କମ ବୃଦ୍ଧି ପାଉଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ‘ବିକିନି’ ଟ୍ୱିଟ୍‌ର ପ୍ରତିକ୍ରିୟାରେ ଏଭଳି ମନ୍ତବ୍ୟ ଦେଇଛନ୍ତି ବିଧାୟକ । ହିଜାବ ପ୍ରସଙ୍ଗକୁ ନେଇ ପ୍ରିୟଙ୍କା ଟ୍ୱିଟ୍‌ କରି କହିଥିଲେ ଯେ, ସେ ‘ବିକିନି ହେଉକି ଘୁଙ୍ଗଟ୍‌ କିମ୍ବା ଜିନ୍ସ ଅବା ହିଜାବ ଜଣେ ମହିଳା କଣ ପିନ୍ଧିବ ସେଥିରେ ନିଷ୍ପତି ନେବା ତାର ବ୍ୟକ୍ତିଗତ ଅଧିକାର। ଭାରତୀୟ ସମ୍ବିଧାନ ଏହି ଅଧିକାର ବାବଦରେ ସୁନିଶ୍ଚିତ କରିଛି। ତେଣୁ ମହିଳାମାନଙ୍କୁ ଅପମାନ କରିବା ବନ୍ଦ ହେଉ ବୋଲି ପ୍ରିୟଙ୍କା ଲେଖିଛନ୍ତି ।
ଏହି ବିବୃତ୍ତି ଉପରେ ରେଣୁକାଚାର୍ଯ୍ୟ କହିଛନ୍ତି ଯେ, ‘ବିକିନି’ ଶବ୍ଦ ବ୍ୟବହାର କରିବା ପ୍ରିୟଙ୍କାଙ୍କର ଏହା ହେଉଛି ନିମ୍ନମାନର ମନ୍ତବ୍ୟ। କଲେଜରେ ଅଧ୍ୟୟନ ବେଳେ ପିଲାମାନେ ଶରୀରକୁ ଆଚ୍ଛାଦିତ କରୁଥିବା ପୋଷାକ ପରିଧାନ କରିବା ଉଚିତ । ସମ୍ପ୍ରତି ମହିଳାଙ୍କ ପୋଷାକ ପାଇଁ ଦୁଷ୍କର୍ମ ବଢ଼ୁଛି ବୋଲି ବିଧାୟକ କହିଛନ୍ତି ।
ଏହି ଡ୍ରେସ୍ ପୁରୁଷମାନଙ୍କୁ ଦୁଷ୍କର୍ମ କରିବା ପାଇଁ ଉସକାଉଛି ବୋଲି ସେ କହିଛନ୍ତି । ପୂର୍ବରୁ କର୍ଣ୍ଣାଟକର ଶକ୍ତି ମନ୍ତ୍ରୀ ସୁନୀଲ କୁମାର କହିଥିଲେ ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ ହିନ୍ଦୁମାନେ ହିଜାବ ପିନ୍ଧିବା ପାଇଁ ଆଇନ୍ ତିଆରି କରିପାରେ। ସୂଚନା ଅନୁଯାୟୀ, ଜାନୁଆରୀ ୧ରୁ କର୍ଣ୍ଣାଟକରେ ହିଜାବ ବିବାଦ ଲାଗି ରହିଛି। ଉଡ଼ୁପିର ଥିବା ଏକ ସରକାରୀ କଲେଜରେ ୬ ଜଣ ମୁସଲିମ ଛାତ୍ରୀ ହିଜାବ ପନ୍ଧି ଆସଥିବା ବେଳେ ବିରୋଧ କରାଯାଇଥିଲା । ଏହା କଲେଜର ଡ୍ରେସ୍‌ କୋଡକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣି ହିନ୍ଦୁ ଗୋଷ୍ଠୀର ଛାତ୍ରଛାତ୍ରୀମାନେ ଗେରୁଆ ରଙ୍ଗର ସ୍କାର୍ପ ପକାଇ କଲେଜ ଆସିବାକୁ ଦାବି କରିଥିଲେ।

nis-ad
Leave A Reply

Your email address will not be published.