ମଦ ଛାଡ଼ିଥିବା ଲୋକଙ୍କ ଗଣନା କରିବେ ବିହାର ସରକାର

ପାଟନା : ବିହାର ସରକାର ଏକ ଅଜବ ପ୍ରକାରର ସର୍ଭେ କରିବାକୁ ଯାଉଛନ୍ତି । ତାହା ହେଉଛି, ରାଜ୍ୟରେ କେତେ ଲୋକ ମଦ ପିଇବା ଛାଡ଼ିଦେଇଛନ୍ତି ତାହା ଗଣନା କରିବା ।
ପୂର୍ବରୁ କରାଯାଇଥିବା ସର୍ଭେ ଅନୁସାରେ ରାଜ୍ୟରେ ମଦ ନିଷିଦ୍ଧ ହେବା ପରେ ପ୍ରାୟ ୧କୋଟି ୬୪ ଲକ୍ଷ ଲୋକ ମଦ ଛାଡ଼ିଦେଇଥିଲେ । କିନ୍ତୁ ଏବେ ମଦ ଛାଡ଼ିଥିବା ଲୋକଙ୍କ ସଂଖ୍ୟା ତାହା ଜାଣିବାକୁ ଆଉ ଏକ ସର୍ଭେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିତିଶ କୁମାର କହିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ ମଦ ବିରୋଧୀ ଅଭିଯାନକୁ ତୀବ୍ର କରିବାକୁ ନିଶା ନିବାରଣ ବିଭାଗ, ପୁଲିସ, ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଚୋରା ମଦଭାଟିଗୁଡ଼ିକୁ ଚିହ୍ନଟ କରିବାକୁ ଆବଶ୍ୟକ ପଡ଼ିଲେ ଡ୍ରୋନ, କୁକୁର, ମୋଟର ବୋଟ ଇତ୍ୟାଦି ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ନିତିଶ କହିଛନ୍ତି ।
ବିହାରରେ ଗତ ୨୦୧୬ରୁ ମଦ ପ୍ରସ୍ତୁତି, ବିକ୍ରି ଓ ସେବନକୁ ନିଷିଦ୍ଧ କରାଯାଉଛି । କିନ୍ତୁ ରାଜ୍ୟରେ ବିପୁଳ ପରିମାଣରେ ମଦ ଚୋରାଚାଲାଣ ହେଉଥିବା କୁହାଯାଉଛି । ପୁଣି ଲୋକମାନେ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରୁଥିବା ଘଟଣା ସାମନାକୁ ଆସୁଛି । ଗତ ଜାନୁଆରି ମାସରେ ବିଷାକ୍ତ ମଦ ପିଇ ମୋଟ ୩୭ ଜଣ ମୃତ୍ୟୁବରଣ କରିଥିବାବେଳେ ୫୦ ଜଣ ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ଏସବୁ ଘଟଣା ପାଇଁ ନିତିଶଙ୍କୁ ଦାୟୀ କରୁଛନ୍ତି ବିରୋଧୀ ଦଳ ।

nis-ad
Leave A Reply

Your email address will not be published.