ବରଫ ଝଡ଼ରେ ଚାଲିଗଲା ଦେଶର ୭ ଯବାନଙ୍କ ଜୀବନ

ନୂଆଦିଲ୍ଲୀ: ଅକାଳରେ ଚାଲିଗଲା ୭ ଯବାନଙ୍କ ଜୀବନ। ଅରୁଣାଚଳପ୍ରଦେଶର କାମେଙ୍ଗ ସେକ୍ଟରରେ ହିମସ୍ଖଳନ ଘଟି ସମ୍ପୃକ୍ତ ୭ ଜଣ ଯବାନଙ୍କ ପ୍ରାଣହାନୀ ଘଟିଛି। କାମେଙ୍ଗ ସେକ୍ଟରରେ ଉଚ୍ଚତମ ଶୃଙ୍ଗରେ ଡ୍ୟୁଟି କରୁଥିବା ବେଳେ ଫେବୃରୀ ୬ରେ ଏହି ଦୁର୍ଘଟଣା ଘଟିଛି। ଏନେଇ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ଦେହ ଗୁଡ଼ିକୁ ଉଦ୍ଧାର କରାଯାଇଛି। ଏୟାର ଲିଫଟିଂ ମାଧ୍ୟମରେ ମୃତ ଦେହକୁ ଗୁଡ଼ିକୁ ଅଣାଯାଇଛି।
ଗତ କିଛି ଦିନ ହେଲା ପାଗ ଖରାପ ହେବା ସହ ଉକ୍ତ ଅଞ୍ଚଳରେ ପ୍ରବଳ ତୁସାରପାତ ହୋଇଥିଲା। ଫଳରେ ଯବାନମାନେ ଫସି ଯାଇଥିଲେ। ତାୱଙ୍ଗ ଜିଲ୍ଲାର ମୁଖ୍ୟାଳୟ ଠାରୁ ୧୦୦ କିମି ଦୂରରେ ଏହି ଅଞ୍ଚଳଟି ଅବସ୍ଥିତ। ୧୯ ତମ ଜମ୍ମୁ ଏବଂ କଶ୍ମୀର ରାଇଫଲର ଏହି ଯବାନମାନଙ୍କୁ ଅରୁଣାଚଳପ୍ରଦେଶର କାମେଙ୍ଗ ସେକ୍ଟରରେ ମୁତୟନ କରାଯାଇଥିଲା।
ଯବାନଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆମର ସାହସୀ ୭ ଜଣ ଯବାନଙ୍କ ମୃତ୍ୟୁରେ ମୁଁ ମର୍ମାହତ । ଡ୍ୟୁଟି ସମୟରେ ଅରୁଣାଚଳ ପ୍ରଦେଶରେ ବରଫ ଝଡ଼ରେ ସେମାନଙ୍କ ପ୍ରାଣହାନୀ ଘଟିବା ଦୁର୍ଭାଗ୍ୟଜନକ। ଆମର ସୁରକ୍ଷା ପାଇଁ ଯବାନ ମାନେ ନିସ୍ୱାର୍ଥପରଭାବେ ବିପଦସଙ୍କୁଳ ସ୍ଥାନରେ ଠିଆ ହେଉଛନ୍ତି। ସେମାନଙ୍କ ପ୍ରତି ମୁଁ ସଲାମ ଜଣାଉଛି। ସେମାନଙ୍କ ପରିବାର ପ୍ରତି ମୁଁ ଶୋକ ଏବଂ ସମବେଦନା ଜଣାଉଛି ବୋଲି ମମତା କହିଛନ୍ତି।

nis-ad
Leave A Reply

Your email address will not be published.