ଓଡ଼ିଶାରେ ଚିହ୍ନଟ ହେଲେ ୨,୬୦୩ କରୋନା ପଜିଟିଭ୍‌, ୨୨ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୨, ୬୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧,୫୨୧ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୧,୦୮୨ଟି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୪୯ ଜଣ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୦୫, ସୁନ୍ଦରଗଡ଼଼ରୁ ୨୦୪, ଯାଜପୁରରୁ ୧୩୩, ମୟୂରଭଞ୍ଜରୁ ୧୦୪, ଅନୁଗୋଳରୁ ୧୦୨, କୋରାପୁଟରୁ ୯୪, ସମ୍ବଲପୁରରୁ ୮୮, ନୂଆପଡ଼ାରୁ ୮୭, ଗଞ୍ଜାମରୁ ୮୫, ନୟାଗଡ଼ରୁ ୬୭, ଢେଙ୍କାନାଳରୁ ୬୪ ଜଣ ଓ କେନ୍ଦ୍ରାପଡ଼ାରୁ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୫୧,ଭଦ୍ରକରୁ ୩୭, ବଲାଙ୍ଗିରରୁ ୬୦, ବୌଦ୍ଧରୁ ୩୭, ଦେବଗଡ଼ରୁ ୨୧, ଗଜପତିରୁ ୬୪, ଜଗତସିଂହପୁରରୁ ୬୦, ଝାରସୁଗୁଡ଼ାରୁ ୫୭, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୨୬, କେନ୍ଦୁଝରରୁ ୪୩, ମାଲକାନଗିରିରୁ ୧୯, ନବରଙ୍ଗପୁରରୁ ୬୨, ନୟାଗଡ଼ରୁ ୬୭, ନୂଆପଡ଼ାରୁ ୮୭, ପୁରୀରୁ ୪୧, ରାୟଗଡ଼ାରୁ ୬୧, ସୋନପୁରରୁ ୧୬ଜଣ ଓ ଷ୍ଟେଟପୁଲ୍‌ରୁ ୧୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ଆଉ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୧୧କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ୭ଜଣ ରହିଥିବା ବେଳେ ସୁନ୍ଦରଗଡ଼ ଓ କଟକ ଜିଲାରୁ ୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର ଜିଲାରୁ ୨, ସୋନପୁର, ନବରଙ୍ଗପୁର, ନୟାଗଡ଼, ବୌଦ୍ଧ, ଜଗତସିଂହପୁର, ଗଞ୍ଜାମ, ବାଲେଶ୍ୱର ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି ।

nis-ad
Leave A Reply

Your email address will not be published.