ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ରାଜ୍ୟରେ ନିବେଶକଙ୍କ ମହାମିଳନ । ପ୍ରମୁଖ ନିବେଶକମାନେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଯୋଗ ଦେଇ ଓଡିଶା ବିକାଶ ପାଇଁ ସହଯୋଗର ହାତ ବଢେଇଛନ୍ତି । ଯାହାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଓଡ଼ିଶା ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି । ସିଙ୍ଗିଲ ୱିଣ୍ଡୋ କ୍ଲିଅରାନ୍ସ ଜରିଆରେ ଶିଳ୍ପ ପାଇଁ ପ୍ରତିବନ୍ଧକ ଦୂର କରିଛୁ । ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ଅପାର ସୁଯୋଗ ରହିଛି । ଉତ୍କର୍ଷ ଓଡିଶା ପାଇଁ ୫ ଲକ୍ଷ କୋଟି ଟଙ୍କାର ଆଶା ରଖାଯାଇଥିଲା। କିନ୍ତୁ ତାହାର ୩ ଗୁଣା ଅଧିକ ହେବ ବୋଲି ଆହୁରି ଆଶା ବଢ଼ିଥିବା ସେ କହିଛନ୍ତି । ଏଥିସହିତ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ସମସ୍ତ ନିବେଶକଙ୍କୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ କହିରଖୁଛୁ, ଆଜିଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ । ନିବେଶ ପାଇଁ ଓଡ଼ିଶାରେ ଶିଳ୍ପହସ୍ତୀ, ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁସ, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି ଜନତା ମୈଦାନର ଶିଳ୍ପ ସମ୍ମିଳନୀରେ ସାମିଲ ହୋଇଛନ୍ତି । ଯାହାକୁ ଆଜି ଉଦଘାଟିତ କରିଛନ୍ତି ପ୍ରଧାମନ୍ତ୍ରୀ ମୋଦି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଶିଳ୍ପପତି ନୀନ ଜିନ୍ଦଲ, ଅନୀଲ ଅଗ୍ରଓ୍ବାଲ, ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା, ସଜନ ଜିନ୍ଦଲ, କରଣ ଆଦାନୀ ସାମିଲ ଅଛନ୍ତି । ଯେଉଁଥିରେ ଶହେରୁ ଅଧିକ ଶିଳ୍ପପତିଙ୍କ ସହ ଏମଓୟୁ ସ୍ୱାକ୍ଷାର କରିବା ପାଇଁ ମେଗା ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।
![nis-ad](https://i0.wp.com/nisarta.com/wp-content/uploads/2023/05/adv22-copy.jpg?w=1170&ssl=1)