ନିଶା ମାଫିଆଙ୍କ କବ୍‌ଜାରେ ହିଞ୍ଜିଳିକାଟୁ ସହର: ଗଳିକନ୍ଦିରେ ବେଆଇନ୍ କାରବାର, ଶୋଇଯାଇଛି ଅବକାରୀ ବିଭାଗ

ହିଞ୍ଜିଳିକାଟୁ ୨୩!୧ : ହିଞ୍ଜିଳି ଥାନା ଅଞ୍ଚଳରେ ବେଆଇନ ଭାବେ ନକଲି ବିଦେଶୀ ମଦ, ଗଞ୍ଜେଇ,ଓ ଧଳାଜହର କାରବାର ବୃଦ୍ଧି ପାଇବାରେ ଲାଗିଛି।ନିଶା ମାଫିଆଙ୍କ କବ୍‌ଜାରେ ଏବେ ଅବକାରୀ ବିଭାଗ । ଗଳିକନ୍ଦିରେ ଚାଲିଛି ଅବାଧ ବେଆଇନ୍ ନିଶାଦ୍ରବ୍ୟର କାରବାର । ଅବକାରୀ ବିଭାଗ ଠାରୁ ଆରମ୍ଭ କରି ପୁଲିସ୍ ପର୍ଯ୍ୟନ୍ତ ସମସ୍ତେ ଏ ସଂପର୍କରେ ଅବଗତ ଥାଇ ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି । ଫଳରେ ହିଞ୍ଜିଳିକାଟୁ ସହର ମଧ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲାଣି । ଏହି ବେଆଇନ୍ କାରବାର ଦ୍ୱାରା ଯୁବପିଢି ବିଶେଷ ଭାବେ ବିପଥଗାମୀ ହେଉଥିବାବେଳେ ସାମାଜିକ ସନ୍ତୁଳନ ନଷ୍ଟ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ବେଆଇନ୍ ଦେଶୀ ମଦ ବ୍ୟତୀତ ବ୍ରାଉନ୍‌ସୁଗାର କାରବାର ସହରରେ ବଢିବାରେ ଲାଗିଛି । ପୁଲିସ୍ ଓ ଅବକାରୀ ବିଭାଗର ଉଦାସୀନତା ଯୋଗୁଁ ହିଞ୍ଜିଳିକାଟୁ ସହର ଏବେ ବେଆଇନ୍ ନିଶା ବ୍ୟବସାୟୀଙ୍କ ଭୂସ୍ୱର୍ଗରେ ପରିଣତ ହୋଇଥିବା ଅଭିଯୋଗ ହେଉଛି । ହିଞ୍ଜିଳିକାଟୁ ସହର ଏବେ ଚୋରା ଓ ନକଲି‌ ବିଦେଶୀମଦ ଠାରୁ ଆରମ୍ଭ କରି ଗଞ୍ଜେଈ, ବ୍ରାଉନ୍‌ସୁଗାର ପରି ଉତ୍କଟ ନିଶା ଦ୍ରବ୍ୟର କାରବାରର ପେଣ୍ଠସ୍ଥଳୀ ପାଲଟିଛି । ଏହି ବେଆଇନ୍ ବ୍ୟବସାୟରେ କମ୍ ପରିଶ୍ରମରେ ବହୁ ଅଧିକ ଲାଭ ମିଳୁଥିବାରୁ ଏହି କାରବାର ପ୍ରତି ବହୁ ଯୁବପିଢି ଆକୃଷ୍ଠ ହୋଇ ପଡୁଛନ୍ତି । ସେମାନଙ୍କୁ ନୈତିକ ସମର୍ଥନ ଯୋଗାଇ ଦେଉଛନ୍ତି ସହରର କେତେକ ନିଶା ମାଫିଆ । ଅବକାରୀ ବିଭାଗ ଓ ପୁଲିସ୍ ସହିତ ଏ ସମସ୍ତ ମାଫିଆଙ୍କ ଭଲ ସଂପର୍କ ରହିଥିବା ସାଧାରଣରେ ଅଭିଯୋଗ ହେଉଛି । କାରଣ ଏତେ ସବୁ ବେଆଇନ୍ କାରବାର ଚାଲିଥିଲେ ମଧ୍ୟ ଉଭୟ ଅବକାରୀ ଓ ପୁଲିସ୍ ବିଭାଗ ନୀରବତା ଅବଲମ୍ବନ କରୁଥିବାରୁ ଏପରି ଅଭିଯୋଗ ଅମୂଳକ ନୁହେଁ ବୋଲି କୁହାଯାଉଛି ।

ସହର ବାହାରେ ଥିବା ପାନ ଦୋକାନ,ଚାହା ଦୋକାନ, ଠାରୁ ଆରମ୍ଭ କରି ହିଞ୍ଜିଳିକାଟୁ ବ୍ଲକ୍ ର ବିଭିନ୍ନ ଗ୍ରାମ ତେଜରାତି ଦୋକାନ,ଚା ଦୋକାନ ବସଷ୍ଟାଣ୍ଡ, ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସାହି ଗଳିକନ୍ଦିରେ ଥିବା ଦୋକାନ ପରି ବିଭିନ୍ନ ସ୍ଥାନରେ ନିଶା ମାଫିଆମାନେ ବ୍ରାଉନ୍ ସୁଗାର ଓ ନକଲି ମଦ କାରବାର ଚଳାଇଛନ୍ତି । ଥାନା ଆଗରେ ଥିବା ବନ୍ଧ ହୁଡା, ମାଣିକ ନଗର ଛକ,ସହର ଶେଷ ଭାଗରେ ଛୋଟ ବଡ ଦୋକାନ କରି ପ୍ରତ୍ୟେକ ଦିନ ସେମାନେ ନୂତନ ଗ୍ରାହକଙ୍କ ସନ୍ଧାନରେ ରହୁଛନ୍ତି ।ଏ ସଂପର୍କରେ ଅବକାରୀ ବିଭାଗ ପାଖରେ ସଠିକ୍ ସୂଚନା ରହିଛି । କେତେବେଳେ କେମିତି ଅଳ୍ପ ଦେଶୀ ତାଡି ମଦ କିମ୍ବା ଗଂଜେଇ ନେଇ ଯାଉଥିବା ଲୋକଙ୍କୁ ଗିରଫ କରି ଅବକାରୀ ବିଭାଗ ବାହାବା ନେବାକୁ ଉଦ୍ୟମ କରୁଛି । କେବଳ ବେଆଇନ୍ ନିଶା କାରବାର ସଂପର୍କିତ ମାମଲା ଟାର୍ଗେଟ୍ ପୂରଣ କରିବାକୁ ଯାଇ ଅବକାରୀ ବିଭାଗ ଔପଚାରିକତା ଦୃଷ୍ଟିରୁ ରୁଟିନ୍ ଚଢଉ କରୁଛି । କିନ୍ତୁ ବ୍ରାଉନ୍‌ସୁଗାର ପରି ଉତ୍କଟ ନିଶାଦ୍ରବ୍ୟ କାରବାର କରୁଥିବା ବେପାରୀଙ୍କୁ ଆଜିପର୍ଯ୍ୟନ୍ତ ଥରେ ମଧ୍ୟ ଧରିବାକୁ ଅବକାରୀ ବିଭାଗ ସକ୍ଷମ ହୋଇପାରିନାହିଁ । ଏହି ଉତ୍କଟ ନିଶା ସେବନ କରିବା ପାଇଁ କଲେଜ ଛାତ୍ରଙ୍କ ଠାରୁ ଆରମ୍ଭ କରି ଯୁବ ସଂପ୍ରଦାୟ ଏବେ ପାଗଳ ପ୍ରାୟ । ନିଶା ସେବନ କରିବାକୁ ଅର୍ଥର ଅଭାବ ହେଲେ ସେମାନେ ଅପରାଧିକ ଘଟଣା ଘଟାଇବାକୁ ପଛାଉ ନାହାଁନ୍ତି । ଏହି ସଂସ୍ଥାର ଛତ୍ରପୁର ଅବକାରୀ ଅଧିକାରୀ ଓ କର୍ମଚାରୀ ନିୟମିତ ବ୍ୟବଧାନରେ ଆସି ନକଲିବିଦେଶୀ ମଦ ବେପାରୀଙ୍କୁ ଜବତ କରୁଛି । କିନ୍ତୁ ଉକ୍ତ ବ୍ୟବସାୟ ଉତ୍ସ ଖୋଜି ପାଉନି । ମାସିକିଆ କୋଟାରେ ନିଶା କାରବାର ଯୋଗୁଁ ଵିଭାଗ ପ୍ରତି ଲୋକଙ୍କ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଚର୍ଚ୍ଚା ହେଉଛି

nis-ad
Leave A Reply

Your email address will not be published.