ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ ଉଦ୍ଧାର ମାମଲା, ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବରଗଡ଼ : ଗିରଫ ହେଲେ ୩ ଅଭିଯୁକ୍ତ, ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର । ବରଗଡ଼ ସଦର ବ୍ଲକ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କଲା ବରଗଡ଼ ପୋଲିସ । ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ମୁଖ୍ୟ ଅଭିଯୁକ୍ତକୁ ଫେରାର କରିବାରେ ଓ ପ୍ରମାଣ ନଷ୍ଟ କରିବାରେ ଏମାନେ ସହଯୋଗ କରିଥିବା ପୋଲିସର ସୂଚନା ଦେଇଛି । ଅଭିଯୁକ୍ତମାନେ ହେଲେ ସର୍ଜନ ଡନସନା, ପ୍ରହଲ୍ଲାଦ ଦାସ ଓ ଜୟକୃଷ୍ଣ ଡନସନା । ସର୍ଜନ ଓ ପ୍ରହଲ୍ଲାଦ ବିଜେପୁର ବ୍ଲକ ପୁଟକା ଗାଁର ହୋଇଥିବା ବେଳେ, ଜୟକୃଷ୍ଣ ଜଗଦଳପୁର ଡ଼ୁମାଭଟା ଗାଁର ବୋଲି ପୋଲିସ କହିଛି । ମୁଖ୍ୟ ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ଧରିପାରିନି ପୋଲିସ ।

ବରଗଡ଼ କୁର୍ଲା ଜଙ୍ଗଲରୁ କ୍ଷତାକ୍ତ ଯୁବତୀ ଉଦ୍ଧାର ଘଟଣାରେ ନୂଆ ଟ୍ବିଷ୍ଟ  ।  ଯୁବତୀଙ୍କ ସହ ଦୁଷ୍କର୍ମ କିମ୍ବା ଗଣ ଦୁଷ୍କର୍ମ ହୋଇନାହିଁ । ତାଙ୍କ ମେଡିକାଲ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି  । ପୀଡ଼ିତାଙ୍କର ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରେ ଲାଗିଛି  । ଭୀମସାରର ୪ଟି ବିଭାଗର ବିଶେଷଜ୍ଞ ଡାକ୍ତର ଯୁବତୀଙ୍କୁ ଚିକିତ୍ସା କରିଥିଲେ  l ସ୍ବାସ୍ଥ୍ୟାବସ୍ଥା ସୁଧୁରିଥିବାରୁ ଖୁବଶୀଘ୍ର ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି ସୂଚନା ଦେଇଛନ୍ତି ବୁର୍ଲା ଭୀମସାର ଅଧିକ୍ଷକ ଲାଲମୋହନ ନାୟକ ।

nis-ad
Leave A Reply

Your email address will not be published.