ଆସନ୍ତା ୨୪ରୁ ପିଏମ୍ ଆବାସ ସର୍ଭେ

ଭୁବନେଶ୍ବର: ଆଉ ନାହିଁ ବିଜ ପକ୍କାଘର । ଏଥର ପିଏମ୍ ଆବାସରେ ଘର ପାଇଁ ସହାୟତା ଯୋଗାଇବେ ରାଜ୍ୟ ସରକାର । ଯାହାକୁ ନେଇ ଆସନ୍ତା ୧୪ରେ ପିଏମ ଆବାସ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ଏନେଇ ମନ୍ତ୍ରୀ କହିଛନ୍ତି, ଉଭୟ ଅଫଲାଇନ ଏବଂ ଅନଲାଇନରେ ହିତାଧିକାରୀ ଆବେଦନ କରିପାରିବେ । ଏଥିପାଇଁ ଆସନ୍ତା ୨୪ରେ ଆବାସ ପୋର୍ଟାଲ ଲଞ୍ଚ କରିବା ରାଜ୍ୟସରକାର ।

ଏହି ସର୍ଭେ ଦେଢରୁ ଦୁଇମାସ ଚାଲିବ । ଏଥିପାଇଁ ଆବେଦନକାରୀମାନେ ପଞ୍ଚାୟତ ମାନଙ୍କରେ ଅଫଲାଇନ ମାଧ୍ୟମରେ ଆବେଦନ କରିପାରିବେ, କିମ୍ବା  ଅନଲାଇନ ପୋର୍ଟାଲରେ ମଧ୍ୟ ଆବେଦନ କରିପାରିବେ । ଏଥିରେ ପୂର୍ବରୁ କେନ୍ଦ୍ର ସରକାର ନିୟମବଳୀକୁ କୋହଳ କରିଛନ୍ତି ରାଜ୍ୟ ସରକାର । ଏଥିରେ ବାଇକ, ଫ୍ରିଜ ଥିଲେ ମଧ୍ୟ ଆବେଦନ କରିପାରିବେ । ବାର୍ଷିକ ପନ୍ଦର ଆୟ ଥିଲେ ବି ଆପଣ ଆବେଦନ କରିପାରିବେ । ଏଥିସହିତ ବାପଠୁ ଭିନ୍ନ ହୋଇଥିବା ପୁଅ କିମ୍ବା ସ୍ୱାମୀ ଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । ଏଥିରୁ କେହି ବଞ୍ଚିତ ହେବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ପୂର୍ବରୁ ବିଭାଗ ପଞ୍ଚାୟତଗୁଡିକରେ ପଲ୍ଲୀସଭା କରି ସଚେତନ କରିସାରିଛି । ଏଥର କେନ୍ଦ୍ର ସରକାର ଆବାସ ସଂଖ୍ୟା ଦୁଇ କୋଟିରୁ ତିନି କୋଟିକୁ ବୃଦ୍ଧି କରିଚନ୍ତି, ଏଥିରେ ଓଡିଶାକୁ ଅଧିକ ମିଳିବା ନେଇ ଆଶା ରହିଛି ।

ଏଥିସହିତ ବିଜୁ ପକ୍କା ଘର ନେଇ ପୂର୍ବ ସରକାର ଉପରେ ବର୍ଷିଛନ୍ତି ମନ୍ତ୍ରୀ । କହିଛନ୍ତି, ବିଜୁ ପକ୍କାଘର ଆଉ ନାହିଁ । ବିଜୁ ପକ୍କାଘରର ଛାପା ବା ସିଲଟ ଯେଉଁମାନଙ୍କ ଘର ଆଗରେ ରହିଛି, ଖୁବଶୀଘ୍ର ଲୋକେ ତାକୁ ହଟେଇବେ । ବିଜୁ ପକ୍କା ଘର କୋଉଠି ଥିଲା ? ଘର ପାଇଁ ୩ ଲକ୍ଷ ୧୨ ହଜାର ଦେଉଥିଲେ କେନ୍ଦ୍ର ସରକାର, ହେଲେ ବାହା ବାହା ନେଉଥିଲେ ପୂର୍ବ ସରକାର । ପୂର୍ବ ସରକାରର ଆନ୍ତରିକତା ନଥିଲା । ବିଜୁ ପକ୍କାଘରର ଆମ ପାଖରେ ତାଲିକା ନାହିଁ ।

nis-ad
Leave A Reply

Your email address will not be published.