ନୟାଗଡ଼: ନୟାଗଡ଼ ଜିଲ୍ଲା ଏବଂ ବୌଦ୍ଧ ଜିଲ୍ଲାର ମଧ୍ୟବର୍ତ୍ତୀ ଅଞ୍ଚଳରେ ସାତକୋଶିଆ ଏବଂ ବାଇଶିପଲ୍ଲୀ ଅଭୟାରଣ୍ୟ ରହିଛି । ଏହାର ସୁରକ୍ଷା ତଥା ରକ୍ଷଣା ବେକ୍ଷଣ ପାଇଁ ମହାନଦୀ ବନ୍ୟପ୍ରାଣୀ ଡ଼ିଭିଜନ କାମ କରୁଛି। ଏହି ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ନୟାଗଡ଼ ଜିଲ୍ଲାର ୩ଟି ବନାଞ୍ଚଳ ଥିବାବେଳେ ବୌଦ୍ଧ ଜିଲ୍ଲାର ଗୋଟିଏ ବନାଞ୍ଚଳ ରହିଛି । ନୟାଗଡ଼ ଜିଲ୍ଲାର ବାଣୀଗୋଛା ପୂର୍ବ, ବାଣୀଗୋଛା ପଶ୍ଚିମ ଏବଂ ଛାମୁଣ୍ଡିଆ ବନାଞ୍ଚଳ ରହିଥିବା ବେଳେ ବୌଦ୍ଧ ଜିଲ୍ଲାରେ କୁଷଙ୍ଗ ବନାଞ୍ଚଳ ରହିଛି । ମହାନଦୀ ବନ୍ୟପ୍ରାଣୀ ଡିଭିଜନର କାର୍ଯ୍ୟାଳୟ ନୟାଗଡ଼ ସଦର ମହକୁମାରେ ଥିବାବେଳେ ଅଭୟାରଣ୍ୟ ଏହାଠାରୁ ୫୦ କିଲୋମିଟର ଦୂରରେ ରହିଛି । ଏହି ଅଭୟାରଣ୍ୟ କୁ ବ୍ୟାଘ୍ର ସଂରକ୍ଷିତ ଭାବେ ସରକାର ଘୋଷଣା କରିଥିବା ବେଳେ ଏହା ମଧ୍ୟକୁ ସାଧାରଣ ଲୋକଙ୍କ ପ୍ରବେଶରେ କଟକଣା ରହିଛି । ଏହି ବିଶାଳ ଭୂଖଣ୍ଡ ତଥା ଅଭୟାରଣ୍ୟ ରେ ସୁରକ୍ଷା ପାଇଁ କର୍ମଚାରୀ ଅଭାବ ନାନା ସମସ୍ୟା ସୃଷ୍ଟି ହେଉଛି ।
ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଥିବା ୪ ବନାଞ୍ଚଳ ପଦବୀ ରୁ ୩ଟି ଖାଲି ପଡ଼ିଥିବା ବେଳେ ଜଣେ ବନାଞ୍ଚଳ ଅଧିକାରୀ ଦୁଇଟି ବନାଞ୍ଚଳର ଦାୟିତ୍ବ ସମ୍ଭାଳିଛନ୍ତି । ଅନ୍ୟ ବନାଞ୍ଚଳ ଗୁଡ଼ିକ ଭାରାପ୍ରାପ୍ତ ବନାଞ୍ଚଳ ଅଧିକାରୀ ଦାୟିତ୍ୱରେ ଅଛନ୍ତି । ଏହି ବନଖଣ୍ଡ ଅଞ୍ଚଳରେ ୨୭ଜଣ ବନପାଳ କାର୍ଯ୍ୟରତ ଥିବା ବେଳେ ୨୧ଟି ବନପାଳ ପଦବୀ ଖାଲି ପଡ଼ିଛି । ୧୧ଜଣ ବନରକ୍ଷୀ କାର୍ଯ୍ୟରତ ଥିବା ବେଳେ ୩୭ ଜଣ ବନରକ୍ଷୀ ପଦବୀ ଖାଲି ପଡ଼ିଛି । ବହୁ ପଦବୀ ଖାଲି ପଡିବା ଯୋଗୁଁ ଅନେକ ବିଟ ହାଉସ ଖାଲି ପଡ଼ିଛି । ବର୍ତମାନ କାର୍ଯ୍ୟରତ ଅନେକ ବନରକ୍ଷୀ ଏବଂ ବନପାଳ ସେକ୍ସନ କାର୍ଯ୍ୟାଳୟ କିମ୍ବା ବିଟ ହାଉସ ରେ ରହୁନଥିବା ଅଭିଯୋଗ ଆସିଛି । ଫଳରେ ବହୁ ଅସାମାଜିକ ବ୍ୟକ୍ତି ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାର, ଜଙ୍ଗଲ ଲୁଟ, ମୂଲ୍ୟବାନ କାଠ ଚୋରା ଚାଲାଣ, ବହୁ ଦୁର୍ମୂଲ୍ୟ ବନ୍ୟଜନ୍ତୁଙ୍କ ଚମଡା, ହାଡ଼,ନଖ, ଖପୁରୀ ବାହାରକୁ ଚାଲାଣ କରାଯାଉଛି । ଅନେକ କଲରାପତରିଆ ବାଘ ଏହି ଅଞ୍ଚଳରୁ ଶିକାର କରାଯାଉଛି । ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ସମସ୍ତ ପଦବୀ ପୂରଣ ସହ ଏହି ମହାନଦୀ ବନ୍ୟପ୍ରାଣୀ ଡିଭିଜନ ର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି ।
ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ୩ ଟି କିରାଣୀ ପଦବୀ ଖାଲି ଥିବା ବେଳେ କାର୍ଯ୍ୟ କରୁଥିବା ଅନେକ ବନପାଳ ଏବଂ ବନରକ୍ଷୀ ତାଲିମପ୍ରାପ୍ତ ନୁହନ୍ତି । ଏହି ଅଣତାଲିମପ୍ରାପ୍ତ ବନପାଳ ଏବଂ ବନରକ୍ଷୀ କିପରି ଅଭୟାରଣ୍ୟ ର ସୁରକ୍ଷା କରିବେ ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Sign in
Sign in
Recover your password.
A password will be e-mailed to you.