ଛତିଶଗଡ ବନ ବିଭାଗ ଓଡ଼ିଶାରେ ଆସି ଲକ୍ଷ୍ୟଧିକ ଟଙ୍କାର ଶାଗୁଆନ କାଠ ଜବତ

ଓଡ଼ିଶାର ବନ ବିଭାଗର ପଷ୍ୟପୁତ୍ର କାଠ ମାଫିଆ
ଉମରକୋଟ / ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଏକ ଉପାନ୍ତ ଛତିଶଗଡ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ ହେଇଥିବାରୁ ଏହାର ଫାଇଦା ଉଠାଇ ବିଭିନ୍ନ ସମୟରେ ଅସାମାଜିକ କାଠ ମାଫିଆ ମାନଙ୍କର କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବା ଦୃଶ୍ୟମାନ। ଛତିଶଗଡ ରାଜ୍ୟରେ ଚୋରି କରି ଓଡ଼ିଶାରେ ଲୁଚୁଛନ୍ତି ଆଉ ଓଡ଼ିଶାରେ ଚୋରି କରି ଛତିଶଗଡରେ ଲୁଚୁଛନ୍ତି କିନ୍ତୁ ଛତିଶଗଡ ବନ ବିଭାଗର ପ୍ରଶାସନ ପାଖରେ ତଥ୍ୟ ରହୁଛି ଆଉ ଓଡ଼ିଶାର ବନ ବିଭାଗ ପାଖରେ କି ପରି ତଥ୍ୟ ରହୁ ନାହିଁ କହି ରାଇଘର ଅଞ୍ଚଳବାସୀଙ୍କ ପାଖରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ।


ସୂଚନା ପ୍ରକାରେ, ଆଜି ସକାଳ ଭୋର ସମୟରେ ଛତିଶଗଡ ବନ ବିଭାଗର ଏସ ଡିଏଫଓ ଗୋପାଳ କଷ୍ୟପ ଓ ରେଞ୍ଜର ରାକେଶସିଂ ପରିହାରଙ୍କ ସୂଚନା ପ୍ରଦାନରେ ନବରଙ୍ଗପୁର ଡି,ଏଫ,ଓ ଏବଂ ରାଇଘର ବନ ବିଭାଗର ମିଳିତ ଆନୁମାନିକ ପ୍ରାୟ ୬୦ ଜଣ ବନ ବିଭାଗ କର୍ମଚାରି ଅଚାନକ ସୋନପୁର ଡିଏନକେ ଗ୍ରାମରେ ଚଡାଉ କରି ଶାଗୁୟାନ, ଶାଳ, ପିଆଶାଲ କାଠ ଦଶ ଲକ୍ଷ୍ୟରୁ ଉର୍ଦ୍ଧ ପ୍ରଶାନ୍ତ ବିଶ୍ୱାସ, ଯତୀନ କୁଲୁ, ଅଭି ବିଶ୍ୱାସ ଓ ଗ୍ରାମର ଅନ୍ୟ ଅନ୍ୟ ଘରରୁ ଜବତ କରି ରାଇଘର ବନ ବିଭାଗ କାର୍ଯ୍ୟଲୟରେ ଆଣିଛନ୍ତି ଏବଂ ପ୍ରଶାନ୍ତ ବିଶ୍ୱାସ ଓ ବିଜୟ କୁମାର ଗଣ୍ଡଙ୍କ ଧରିବାକୁ ସକ୍ଷମ ଥିବାବେଳେ ଅନ୍ୟମାନେ ଫେରାର ହୋଇ ଯାଇଥିଲେ। ଏଠି ରାଇଘର ଅଞ୍ଚଳବାସୀ ପ୍ରଶ୍ନ କରୁଛନ୍ତି ସୋନପୁର ଡିଏନକେ ଗ୍ରାମଠାରୁ ଛତିଶଗଡ ବନ ବିଭାଗ ୧୨୦ କିଲୋମିଟର ଦୂରରେ ଥାଇ ସେମାନେ ଜାଣି ପାରିଲେ ଯେ ସୋନପୁର ଗ୍ରାମରେ ଲୁକାୟିତ ଶାଗୁୟାନ, ଶାଳ, ପିଆଶାଲ କାଠ ଅଛି କିନ୍ତୁ ରାଇଘର ବନ ବିଭାଗଠାରୁ ସୋନପୁର ମାତ୍ର ତିନି କିଲୋମିଟର ଥିବାବେଳେ ରାଇଘର ବନ ବିଭାଗ କି ପରି ଜାଣି ପାରୁ ନାହାନ୍ତି କହି ରାଇଘର ଅଞ୍ଚଳରେ ଚର୍ଚ୍ଚା ବେଶ ଜୋର ଧରିଛି ଯେ, ରାଇଘର ବନ ବିଭାଗର କର୍ମଚାରି ମାନେ ମାସକିୟା କେତେ ଟଙ୍କା ହାତଗୁଂଜା ଲାଞ୍ଚ ନେଇ ଏହି ପରି କାଠ ମାଫି୍ୟାଙ୍କ ପଷ୍ୟପୁତ୍ର କରି ନିଜର କରି ରଖିଛନ୍ତି।ଏହା ସୋନପୁର ଡିଏନକେ ଗ୍ରାମରେ ଦ୍ଵିତୀୟ ଥର ପାଇଁ କାଠ ମାଫିଆଙ୍କ ଘରେ ରେଡ କଲା ଛତିଶଗଡ ବନ ବିଭାଗ।ରାଇଘର ବନ ବିଭାଗ ଫରେଷ୍ଟ ଅଫିସ ରେ ଏତେ ପରିମାନର ଶାଗୁୟାନ, ଶାଳ, ପିୟାଶାଲ କାଠ ସୋନପୁର ଡିଏନକେ ଗ୍ରାମରୁ ଜବତ ହୋଇ ଆସିଛି ଆଜି ଦିନ ତମାମ ମାଫ ଜୋପ କରି ମଧ୍ୟ କେତେ ସେଫଟି କାଠ ଜବତ ହେଲା ତାହା ଜାଣି ପାରି ନାହାନ୍ତି କିନ୍ତୁ ଦଶ ଲକ୍ଷ୍ୟରୁ ଉର୍ଦ୍ଧ ଆନୁମାନିକ ହେଇଥିବ କହି ନବରଙ୍ଗପୁର ଡିଏଫଓ ସୂଚନା ପ୍ରଦାନ କରିଛନ୍ତି।

nis-ad
Leave A Reply

Your email address will not be published.