ଟାଙ୍ଗୀ ୧୬।୧: ଚିଲିକାରେ ହେବ ପକ୍ଷୀ ଓ ଡଲଫିନ୍ ଗଣନା । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ଗଣନା କାର୍ଯ୍ୟ ହେବ । ଗୋଟିଏ ଦିନରେ ସରିବ ପକ୍ଷୀ ଗଣନା । କିନ୍ତୁ ୩ ଦିନ ଧରି ହେବ ଡଲଫିନ୍ ଗଣନା । ଶୁକ୍ରବାର ପକ୍ଷୀ ଗଣନା ପାଇଁ ଟ୍ରେନିଂ କ୍ୟାମ୍ପ ହେବ ଓ ତା’ପର ଦିନ ଅର୍ଥାତ ଶନିବାର ଦିନ ହେବ ପକ୍ଷୀ ଗଣନା । ସମଗ୍ର ଚିଲିକାରେ ହେବ ଏହି ପକ୍ଷୀ ଗଣନା ।
ନଭେମ୍ବର ସୁଦ୍ଧା ଆସିଛନ୍ତି ୪ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀ, ନଳବଣକୁ ଆସିଛନ୍ତି ୨ଲକ୍ଷ ପକ୍ଷୀ
ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ଟି ରେଞ୍ଜ ଇଲାକାରେ ଯଥା ଟାଙ୍ଗୀ, ବାଲୁଗାଁ, ସାତପଡ଼ା, ନୂଆପଡ଼ା, ରମ୍ଭା ବନ୍ୟପ୍ରାଣୀ ବିଭାଗର ଚିଲିକା ଏରିଆରେ ହେବ ପକ୍ଷୀଙ୍କ ଗଣନା କାର୍ଯ୍ୟ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଚିଲିକାକୁ କେତେ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି, ତାହାର ଟିକ୍-ନିଖ୍ ହିସାବ କରିବ ଚିଲିକା ବନ୍ୟପ୍ରାଣୀ ବିଭାଗ ।
ଆସନ୍ତା ୧୮ରୁ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା, ଦିନକରେ ହେବ ଗଣନା କାର୍ଯ୍ୟ
ଠିକ୍ ସେହିପରି ଚିଲିକାରେ କେତେ ସଂଖ୍ୟକ ଡଲଫିନ୍ ଅଛନ୍ତି । ତାହାର ଗୋଟି ଗୋଟି କରି ଗଣତି କରିବ ଚିଲିକା ବନ୍ୟପ୍ରାଣୀ ବିଭାଗ । ସେଥିପାଇଁ ୧୯ ତାରିଖରେ ଡଲଫିନ୍ ଗଣନା ପାଇଁ ହେବ ଟ୍ରେନିଂ କ୍ୟାମ୍ପ ଓ ତା’ପର ଦିନ ଅର୍ଥାତ ୨୦, ୨୧, ୨୨ ଅର୍ଥାତ ୩ ଦିନ ଧରି ଡଲଫିନ୍ ଗଣନା ହେବ । ବିଶେଷଜ୍ଞ, ଗବେଷକ, ରିସର୍ଚ୍ଚ ପର୍ସନ ଓ ଟୁରିଷ୍ଟ ଗାଇଡ୍, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏହି ଗଣନା କାର୍ଯ୍ୟରେ ସାମିଲ ହେଉଛନ୍ତି । ପାଗ ଅନୁକୂଳ ରହିଲେ ପକ୍ଷୀ ଓ ଡଲଫିନ୍ ଗଣନା କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ । ବାଲୁଗାଁ-ବଡ଼କୁଳ ସ୍ଥିତ CDAର ଗବେଷଣା କେନ୍ଦ୍ର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଚିଲିକା ବନ୍ୟପ୍ରାଣୀ ଡିଭିଜନର DFO ଅମ୍ଲାନ ନାୟକ ଏହି ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post