କେନ୍ଦୁଝର: ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଜିଲ୍ଲା ପାଟଣା ସ୍ଥିତ ବୈତରଣୀରେ ନଦୀରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୁଡ଼ ପକାଇବା ପରେ ଆନନ୍ଦେଶ୍ୱର ଓ ପରମେଶ୍ବର ମହାଦେବ ମନ୍ଦିରରେ ମୁଖ୍ୟମନ୍ତ୍ରୀ ପୂଜାର୍ଚ୍ଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ନଦୀ ଘାଟରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା ।
ତେବେ ମଙ୍ଗଳବାର ଠାରୁ ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ସୁପର କିଙ୍ଗ ଏୟାର ସି ୯୦ ଇଜେଜେଡ ଏୟାରକ୍ରାଫ୍ଟ ଯୋଗେ ଆସି ରାଇସୁଆଁ ଏୟାର ଷ୍ଟ୍ରିପ୍ରେ ଅବତରଣ କରିଥିଲେ । ଏହା ପରେ ସଡକ ପଥରେ ପାଟଣା ଯାଇ ସେଠାରେ ପୂର୍ଣ୍ଣତୋୟା ବୈତରଣୀ ନଦୀରେ ମକର ବୁଡ଼ ପକାଇ ଆନନ୍ଦେଶ୍ୱର ଓ ପରମେଶ୍ବର ମହାଦେବ ମନ୍ଦିର ପୂଜାର୍ଚ୍ଚନା କରିଛନ୍ତି । ପାଟଣା ସ୍ଥିତ ହରି ମହନ୍ତଙ୍କ ଘରେ କିଛି ସମୟ ବିତାଇବା ପରେ ସଡକ ପଥରେ କେନ୍ଦୁଝର ଫେରି ସର୍କିଟ ହାଉସରେ ପହଞ୍ଚି ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ଝୁମ୍ପୁରା ଦେଇ ନିଜ ଗ୍ରାମ ରାଇକଳାକୁ ଗସ୍ତ କରିବେ । ସେଠାରେ କେତେକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସର୍କିଟ୍ ହାଉସରେ ରାତ୍ରୀଯାପନ କରିବେ ।