ଠକ ଯୋଡ଼ି ହଂସିତା-ଅନୀଲ ମାମଲା: ଘୁଞ୍ଚିଲା ଜାମିନ ଆବେଦନ , ୧୬ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର : ଖୋଲୁଛି ଠକ ହଂସିଲା-ଅନିଲଙ୍କ ଗୁମର । ବେଦାନ୍ତଠୁ ୧୮ କୋଟି ଟଙ୍କା ଠକିଛନ୍ତି ଏହି ଠକ ଯୋଡ଼ି । ଏହାସହ ଝାଡ଼ଖଣ୍ଡର ଏକ ଟ୍ରେଡିଂ କମ୍ପାନୀ ସହ ୩୦୦ କୋଟି ଟଙ୍କାର କାରବାର କରିଥିବା ତଦନ୍ତକାରୀ ଅଧିକାରୀଙ୍କୁ ପ୍ରମାଣ ମିଳିଛି । କାମ କରିବାକୁ କହି ଏହି କମ୍ପାନୀଠାରୁ ଅଗ୍ରିମ ୩୦କୋଟି ଟଙ୍କା ଆଣିଛନ୍ତି । ଏହି ଟଙ୍କାରେ ସେମାନେ ଘର ଓ ଗାଡ଼ି କିଣିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥିଙ୍କୁ ବିଦେଶୀ ଯୁବତୀ ଭେଟ ଦେଉଥିଲେ ଏହି ଠକ ଯୋଡି ।

ଏବେ ବି  ଆହୁରି ୬୦ କୋଟିର ହିସାବ ମିଳୁନି । ଏବେ ସୁଦ୍ଧା ଆୟକର ବିଭାଗ ୧୨ ଜଣଙ୍କୁ ଜେରା କରିସାରିଲାଣି । ସେମାନଙ୍କ ମଧ୍ୟରେ ବିଲ୍ଡର, ଠିକାଦାର ଓ ବ୍ୟବସାୟୀ ରହିଛନ୍ତି । ହଂସିତାଙ୍କ ଠକେଇ ରାକେଟର ଚେର ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ଲମ୍ବିଛି । ଇଡି ମାମଲାର ତଦନ୍ତ ପାଇଁ ଯୋଜନା କରିଛି ।  ସେପଟେ ଆସନ୍ତା ୧୬ ତାରିଖରେ ହଂସିତା-ଅନୀଲଙ୍କ ଜାମିନ ଆବେଦନ ଶୁଣାଣି ହେବ ।

ସୂଚନା ଅନୁଯାୟୀ ପ୍ରତି ବର୍ଷ ଡିସେମ୍ବର ୨୪ରେ ଅନିଲ ଜନ୍ମଦିନ ପାଳନ କରୁଥିଲେ। ଆଉ ଋଷୀୟ ଯୁବତୀଙ୍କୁ ଆଣୁଥିଲେ ଓ ଜନ୍ମଦିନ ପାର୍ଟିରେ ଯୋଗ ଦେଉଥିବା ଅତିଥିଙ୍କୁ ଯୁବତୀଙ୍କୁ ଭଟି ଦେଉଥିଲେ । ଇନଫୋସିଟି ଅଞ୍ଚଳରେ ଥିବା ଏକ ହାଇପ୍ରୋଫାଇଲ କ୍ଲବରେ ଚାଲୁଥିଲା ଜନ୍ମଦିନ ପାର୍ଟି । ଦିନ ଯେତିକି ଗଡୁଛି ଗୋଟି ପରେ ଗୋଟିଏ ମାମଲାରେ ଛନ୍ଦି ହୋଇ ଚାଲିଛନ୍ତି ଦୁଇଜଣ । ସେମାନଙ୍କ କଳା ସାମ୍ରାଜ୍ୟର ଚେର ଖୋଜୁଛି ଆୟକର ବିଭାଗ ।  ଆୟକର ବିଭାଗ ଯାଞ୍ଚରୁ ଏହି ଧୂର୍ତ୍ତ ଯୋଡ଼ିଙ୍କ ୧୦୦ କୋଟିର ସଂପତ୍ତି ଠାବ ହେଲାଣି ।

nis-ad
Leave A Reply

Your email address will not be published.