ଲୋକସେବା ଭବନରୁ ଠକକୁ ଗିରଫ କଲା ପୁଲିସ୍‌

ଭୁବନେଶ୍ବର: ରାଜ୍ୟର ସେକ୍ରାଟାରିଏଟ ଭିତରେ ରହି ଚୂନ ଲଗାଉଥିଲା ଦଲାଲ । ମିଛ ପରିଚୟ ପତ୍ର ସହ ନିଜକୁ ଓଡିଶା ସରକାରଙ୍କ କର୍ମଚାରୀ ଭାବେ ପରିଚିତ କରିଥିଲେ । ଚାକିରି କରାଦେବାକୁ କହି  ଲକ୍ଷାଧିକ ଟଙ୍କା ଠକୁଥିଲେ । ହେଲେ ସବୁଠୁ ବଡ କଥା ହେୁଛି ତାଙ୍କୁ ପ୍ରଥମରୁ କେହି କେମିତି ଜାଣିପାରିଲେ ନାହିଁ, ତାହା ଏବେ ପ୍ରଶ୍ନ ସୃଷ୍ଟି କରିଛି ।

ତେବେ ଲୋକସେବା ଭବନ ମଧ୍ୟରୁ ଜଣେ ନକଲି ପାସଧାରୀ ଅଭିଯୁକ୍ତ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଲୋକସେବା ଭବନ ମଧ୍ୟରୁ ଏଭଳି ଜଣେ ଠକଙ୍କ କଳାକାରନାମା ସାମ୍ନାକୁ ଆସିଛି । ବ୍ୟାସଦେବ ରାଣା ନାମକ ଜଣେ ବ୍ୟକ୍ତି ନିଜକୁ ପଞ୍ଚାୟତ ରାଜ ବିଭାଗର ସେକ୍ସନ ଅଫିସର କହି ଲୋକଙ୍କୁ ଠକୁଥିଲେ । ଏମିତିକି ତାଙ୍କ ପାଖରୁ ନକଲି ସେକ୍ସନ ଅଫିସରର ପରିଚୟ ପତ୍ର ମଧ୍ୟ ଜବତ ହୋଇଛି ।

ପୂର୍ଣ୍ଣଚନ୍ଦ୍ର ପରିଡାଙ୍କ ଏତଲା ଆଧାରରେ ବ୍ୟାସଦେବଙ୍କୁ ଲୋକସେବା ଭବନ ଗେଟ ଆଗରୁ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ ।  ଏହି ଠକ ଦଲାଲ୍‌, ବ୍ୟାସଦେବଙ୍କ ଘର ହେଉଛି କଳାହାଣ୍ଡି, ହେଲେ ଭୁବନେଶ୍ବରରେ କିଛି ଦିନ ହେଲା ରହୁଛନ୍ତି ।  ନକଲି ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଚାକିରୀ କରାଇଦେବା ନାଁରେ ପ୍ରାୟ ୧୨ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହେଉଛି ।

nis-ad
Leave A Reply

Your email address will not be published.