ସ୍ତ୍ରୀ କୁ ହତ୍ୟା ଅଭିଯୋଗ ରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ

ମାଲକାନଗିରି : ଗତକାଲି କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ କୁ ନେଇ ଶୋକର ଛାୟା ଖେଳି ଯାଇଥିବା ବେଳେ ଅଭିଯୁକ୍ତ କୁ ଫାଶୀ ଦେବା ପାଇଁ ଗାଁ ବାସୀ ରାସ୍ତା ରୋକ କରିବା ସହ ଅଭିଯୁକ୍ତ ର ହୋମଗାର୍ଡ ସାଙ୍ଗ କୁ ମଧ୍ୟ ଏହି ହତ୍ୟା କାଣ୍ଡରେ ଜଡିତ କରି ଦଣ୍ଡଦେବାକୁ ନେଇ ବିକ୍ଷୋଭ ପଦର୍ଶନ କରିଥିଲେ । ପୋଲିସ ପକ୍ଷରୁ ଉକ୍ତ ଗ୍ରାମବାସୀ ବୁଝାସୁଝା କରି ରାସ୍ତା ରୋକରୁ ନିବୃତ୍ତ କରାଇ ଥିଲେ । ଆଜି କାଲିମେଳା ପୋଲିସ ପକ୍ଷରୁ ହତ୍ୟାକାଣ୍ଡ ର ତଦନ୍ତ କରିବା ସହ ଅଭିଯୁକ୍ତ ବିରୋଧ ରେ ଭାରତୀୟ ଦଣ୍ଡବିଧାନ ଅନୁସାରେ କେଶ ନଂ ୧୧/୨୦୨୫ ଦଫା ୧୦୩(୧)/୮୫/୩(୫) ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

nis-ad
Leave A Reply

Your email address will not be published.