ପ୍ରବାସୀଙ୍କୁ ଭାରତୀୟଙ୍କୁ ମୋଦି କଲେ ଅପିଲ୍: କହିଲେ, ‘ଲୋକାଲକୁ ଗ୍ଲୋବାଲ କରାନ୍ତୁ’

ଭୁବନେଶ୍ବର: ଆଜି ୧୮ତମ ପ୍ରବାସୀ ଭାରତୀୟ ସମ୍ମେଳନୀର ଦ୍ବିତୀୟ ଦିନରେ ପ୍ରବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେମାନଙ୍କ ପାଇଁ କିପରି ମୋଦି ଗର୍ବ ଅନୁଭବ କରନ୍ତି ତାହା କହି ଧନ୍ୟବାନ ଜଣାଇଛନ୍ତି । ଏଥିସହିତ ସେମାନଙ୍କୁ କିଛି ଅପିଲ୍ ମଧ୍ୟ କରିଛନ୍ତି ମୋଦି । ଏନେଇ ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ଭାରତର ଲୋକାଲକୁ ଗ୍ଲୋବାଲି ପରିଚିତ କରାଇବାକୁ ସାହାର୍ଯ୍ୟ କରାନ୍ତୁ ବୋଲି ଅପିଲ୍ କରିଛନ୍ତି । କହିଛନ୍ତି, ଭାରତର ବିକାଶରେ ଆପଣଙ୍କ ଯୋଗଦାନ ପ୍ରଶଂସାଯୋଗ୍ୟ । ଆପଣଙ୍କ ଯୋଗଦାନ ବିକଶିତ ଭାରତ ଯାତ୍ରାକୁ ଆହୁରି ଶକ୍ତି ଦେବ । ଭାରତରେ କେବଳ ମେଟ୍ରୋ କି ବଡ ବଡ ସହର ନାହିଁ, ଏଠିକାର ଛୋଟ ଛୋଟ ଗାଁ ଏବଂ ସହରରେ ମଧ୍ୟ ଐତିହ୍ୟ ଦେଖିବାକୁ ମିଳିଥାଏ । ଆପଣ ଛୋଟ ଛୋଟ ସହରରେ ନିଜ ପିଲାଙ୍କୁ ବୁଲାନ୍ତୁ । ସେଠିକି ଯାଇ ନିଜ ସାଙ୍ଗମାନଙ୍କ ସହ ଏଠିକାର ଅନୁଭୂତି ବାଣ୍ଟନ୍ତୁ । ଅତିକମ୍‌ରେ ନିଜର ୫ ଜଣ ବନ୍ଧୁଙ୍କୁ ସାଙ୍ଗରେ ଭାରତ ବୁଲାଇବାକୁ ଆଣନ୍ତୁ ।

ଏଥିସହିତ ଯୁବ ପ୍ରବାସୀଙ୍କୁ ମୋଦି ଉଦବୋଧନ ଦେଇ କହିଛନ୍ତି, ଭାରତର ପ୍ରକୃତ ଇତିହାସକୁ ଆଗକୁ ଆଣନ୍ତୁ । ଯେଉଁଠି ବି ରୁହନ୍ତୁ ଆମର ପ୍ରକୃତ ଇତିହାସ ଜଣାନ୍ତୁ । ଯେଉଁଠି ରହୁଛନ୍ତି, ସେଠି ପୁରସ୍କାର ସମାରୋହ ଆୟୋଜନ କରାନ୍ତୁ । ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ମୂଳ ନିବାସୀଙ୍କୁ ପୁରସ୍କୃତ କରନ୍ତୁ । ଏଥିରେ ଆପଣଙ୍କୁ ଭାରତୀୟ ଦୂତାବାସ ସହଯୋଗ କରିବ ବୋଲି କହିଛନ୍ତି ମୋଦି ।

ଏଥିସହିତ ମୋଦି ଜଗନ୍ନାଥ ଏବଂ ଲିଙ୍ଗରାଜଙ୍କ କ୍ଷେତ୍ରକୁ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିଛନ୍ତି । ଏଥିସହିତ ସେମାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଭାରତୀୟ ଯୁଆଡେ ଯାଆନ୍ତି ସେଠିକାର ନିୟମ ସହ ଯୋଡି ହୋଇଯାଆନ୍ତି ।  ଆଜି ବିଦେଶରେ ମୁଁ ଆପଣମାନଙ୍କୁ ନେଇ ଗର୍ବ ଅନୁଭବ କରେ  । ପ୍ରବାସୀ ଭାରତୀୟ ଭାରତର ରାଷ୍ଟ୍ରଦୂତ । ଏଥିପାଇଁ ଦେଶ ସବୁବେଳେ ପ୍ରବାସୀଙ୍କ ସମୃଦ୍ଧି ଓ ସୁରକ୍ଷା ଉପରେ ଗୁରୁତ୍ବାରୋପ କରୁଛି । ପ୍ରବାସୀଙ୍କ ସମସ୍ୟା ଦୂର କରିବା ଆମ ଦାୟିତ୍ବ । ପୁର୍ବରୁ ପ୍ରବାସୀମାନେ ସାହାର୍ଯ୍ୟ ପାଇଁ ଅନୁରୋଧ କରୁଥିଲେ । ଏବେ କିନ୍ତୁ ସମୟ ବଦଳିଛି । ଆମେ ପ୍ରବାସୀଙ୍କୁ ଗୁରୁତ୍ବ ଦେଉଛୁ  ।

ତେବେ ରାଜ୍ୟରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ୧୮ତମ ପ୍ରବାସୀ ଭାରତୀୟ ଦିବସ । ଆଜି ଏହାର ଦ୍ବିତୀୟ ଦିନ । ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ଦିବସ ଉଦଘାଟନ କରିବା ସହ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଉଦ୍ଘାଟନ କରିଛନ୍ତି ।

nis-ad
Leave A Reply

Your email address will not be published.