ନିର୍ମାଣ କାଯ୍ୟରେ ନିୟୋଜିତ ଶିଶୁ ଶ୍ରମିକ । ନିଦ୍ରାରେ ଚାଇଲଡ଼ ଲାଇନ ।
ମାଲକାନଗିରି / କାଲିମେଳା,୦୮|୦୧ : ରାଜ୍ୟରେ ଶାସନ ବଦଳିଲେ ମଧ୍ୟ ବଦଳିନି ପ୍ରଶାସନର ଭୂମିକା । ପୂର୍ବ ସରକାରରେ ଯେମିତି ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ନଥିଲେ । ବର୍ତ୍ତମାନ ମଧ୍ୟ ସମାନ ଅବସ୍ଥା। ପ୍ରିୟା ପ୍ରୀତି ଶୋଷଣ ରେ ଚାଲିଛି ନିର୍ମାଣ କାର୍ଯ୍ୟ , ନିୟୋଜିତ ହେଉଛି ଶିଶୁ ଶ୍ରମିକ ।
ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ନିର୍ମାଣ କାମରେ ଶିଶୁ ଶ୍ରମିକ ମାନଙ୍କୁ ନିୟୋଜନକୁ ବେଆଇନ ତଥା ନିଷିଦ୍ଧ କରିଥିବା ବେଳେ ଏହା କେବଳ କାଗଜ କଲମରେ ସୀମିତ ଥିବା ବୋଲି ମନେହେଉଛି । ଏହିଭଳି ଏକ ଘଟଣା ଦେଖିବାକୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଠିକାଦାର ମାନେ ସ୍ୱଳ୍ପ ଟଙ୍କା ଦେଇ ଶିଶୁ ଶ୍ରମିକ ମାନଙ୍କୁ କାମରେ ଲଗାଉଛନ୍ତି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କୋଇକୋଣ୍ଡା ଠାରୁ ଉରୁବାଲ୍ଲି ପର୍ଯନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଜନ ୨ ପକ୍ଷରୁ ରାସ୍ତା ଓ ଗାର୍ଡୱାଲ କାମରେ ଲାଗିଛନ୍ତି ଶିଶୁ ଶ୍ରମିକ । ଏହି ରାସ୍ତାର ଏକ କଲଭର୍ଟ ନିକଟରେ ଗାର୍ଡୱାଲ ନିର୍ମାଣ କାମ ଚାଲିଥିବା ବେଳେ ଏଥିରେ ଶିଶୁ ଶ୍ରମିକ ନିୟୋଜିତ ଥିବା ଦେଖିବାକୁ ମିଳିଛି। ଏଠାରେ ନବରଙ୍ଗପୁର ଜିଲ୍ଲାରୁ ଶ୍ରମିକ ମାନେ ଆସି କାର୍ଯ୍ୟ କରୁଛନ୍ତି। ଏପରି କି ଏହି ନିର୍ମାଣ କାମରେ ଠିକାଦାରଙ୍କ ପକ୍ଷରୁ ନିମ୍ନ ମାନର ସାମଗ୍ରୀ ଯଥା ବାଲିରେ କାମ ଚାଲିଥିବା ଅଭିଯୋଗ ହେଉଛି। ତେବେ ଏନେଇ କନିଷ୍ଠ ଯନ୍ତ୍ରୀଙ୍କ ମତାମତ ପାଇଁ ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇ ପାରି ନଥିବା ବେଳେ ଏ ସଂପର୍କରେ ସମ୍ପୃକ୍ତ ଠିକାଦାରଙ୍କୁ ଯୋଗା ଯୋଗ କରିବାରୁ ସେ ଭଲ ବାଲିରେ କାମ ଚାଲିଥିବା ବେଳେ ଶିଶୁ ଶ୍ରମିକ କାମରେ ଲାଗିଥିବା ବିଷୟରେ ମୁ ଜାଣିନି ପଚାରି ବୁଝିବି ବୋଲି କହିଥିଲେ । ବିଭାଗୀୟ ଅଧିକାରୀ ମନମୁତାବକ ତଦାରଖ ଯୋଗୁଁ ଏହା ସମ୍ଭବ ହେଉଥିବା ସାଧାରଣ ରେ ଚର୍ଚ୍ଚା ହେଉଛି ।