ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମର ରେଡ୍, ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ୱର : ଖୋଲୁଛି ଅନୀଲ-ହଂସିତାଙ୍କ କଳା କାରନାମାର ଗୁମର। ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମ୍ ର ରେଡ୍ । ଓଡ଼ିଶା, ଦିଲ୍ଲୀ ଓ ଝାଡ଼ଖଣ୍ଡର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି । ଘର ଓ ଅଫିସରେ ଚାଲିଛି ଆୟକର ଟିମ୍ ର ଚଢ଼ାଉ। ସେପଟେ ଗତକାଲି ଅନୀଲଙ୍କ ପତ୍ନୀଙ୍କୁ ୫ରୁ ୬ ଘଣ୍ଟା ପଚରାଉଚୁରା କରିଛି ପୋଲିସ। ଦୀର୍ଘ ସମୟର ପଚରାଉଚୁରା ବେଳେ ହଂସିତାଙ୍କ ବିଷୟରେ ଅନୀଲଙ୍କ ପତ୍ନୀ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଜଣାପଡ଼ିଛି । ଅନୀଲଙ୍କ HDFC ଓ ICICI ବ୍ୟାଙ୍କରେ ଆର୍ଥିକ କାରବାର ସମ୍ପର୍କରେ ତଦନ୍ତକାରୀ ଟିମକୁ ତଥ୍ୟ ମିଳିଛି । ହଂସିତାଙ୍କୁ ବିଜିନେସ ପାର୍ଟନର ବୋଲି ପରିଚୟ ଦେଇଥିଲେ ଅନୀଲ।

ଗୋଟିଏ ପଟେ ଆୟକର ବିଭାଗ ତଦନ୍ତ ଆରମ୍ଭ କରିଥିବା ବେଳେ ED ମଧ୍ୟ କମିଶନରେଟ ପୋଲିସକୁ ଉଭୟଙ୍କ ସମ୍ପର୍କରେ ତଥ୍ୟ ମାଗିଛି । ଅନୀଲଙ୍କ ବ୍ୟାବସାୟିକ ଲିଙ୍କରେ ଥିବା କିଛି ଲୋକଙ୍କୁ ମଧ୍ୟ ପଚାରାଉଚୁରା କରି ତଥ୍ୟ ସଂଗ୍ରହ କରିଛି ପୋଲିସ । ବହୁ ଭିଭିଆଇପିଙ୍କ ସଂପର୍କୀୟ କହି ଠକେଇ କରୁଥିଲେ କରିତକର୍ମା ହଂସିତା ଓ ଅନୀଲ। ଏମାନଙ୍କ ଟାର୍ଗେଟରେ ଥିଲେ ବଡ଼ବଡ଼ିଆ, ଶିଳ୍ପପତି ଓ ବଡ଼ ବ୍ୟବସାୟୀ । ଭିଭିଆଇପିଙ୍କ ସହ ମର୍ଫ ଫଟୋ ଦେଖାଇ ଲୁଟୁଥିଲେ। ଉଭୟଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସର ସ୍ପେଶିଆଲ କ୍ରାଇମ୍ ୟୁନିଟ ।

nis-ad
Leave A Reply

Your email address will not be published.