ଫାଇନାନ୍ସ କମ୍ପାନୀରୁ ସଶସ୍ତ୍ର ଡକାୟତି, ଲୁଟିନେଲେ ୩୦ କେଜିର ସୁନା ଅଳଙ୍କାର

ସମ୍ବଲପୁର: ସ୍ପଷ୍ଟ ଦିବାଲୋକରେ ଡକାୟତି । ବନ୍ଧୁକ ମୁନରେ ବ୍ୟାଗ ଭର୍ତ୍ତି ସୁନା ଲୁଟ୍ ଅଭିଯୋଗ ହୋଇଛି । ଲୁଟିନେଲେ ୨୫ରୁ ୩୦ କେଜି ସୁନା । ସମ୍ବଲପୁର ଅଇଁଠାପାଲି ମଣପୁରମ୍ ଫାଇନାନ୍ସ କମ୍ପାନୀରୁ ସଶସ୍ତ୍ର ଡକାୟତି ହୋଇଛି । ୬ରୁ ୭ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଅଫିସ ଭିତରେ ପଶିଥିଲେ । ଏହାପରେ ସମସ୍ତ କର୍ମଚାରୀଙ୍କୁ ଏକ ରୁମ ଭିତରେ ପୂରାଇ ତାଲା ପକାଇ ଦେଇଥିଲେ ।

ଏହାପରେ ଲକର ପାସଓ୍ବାର୍ଡ ମାଗି ୩୦ କେଜି ସୁନା ଅଳଙ୍କାର, ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି । ସମସ୍ତେ ହିନ୍ଦୀରେ କଥାବାର୍ତ୍ତା କରୁଥିବା ବେଳେ ସମସ୍ତ ଘଟଣା CCTVରେ କଏଦ ହୋଇଛି । ଘଟଣାସ୍ଥଳରେ ଅଇଁଠାପାଲି ପୋଲିସ ପହଞ୍ଚି CCTV ଫୁଟେଜ ଆଧାରରେ ତଦନ୍ତ କରୁଛି । ସହରକୁ ନାକାବନ୍ଦୀ କରାଯାଇ ଦୁର୍ବୃତ୍ତଙ୍କୁ ଧରିବାକୁ ଜୋରଦାର ତନାଘନା ଚାଲିଛି । ଏହି ଡକାୟତି ଘଟଣାରେ ଉତ୍ତରାଞ୍ଚଳ ଆଇଜି ଓ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।  ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯାଉଛି ।  ବିଭିନ୍ନ ସ୍ଥାନରେ ନାକା ବନ୍ଦି କରାଯାଇଛି l ଚେକିଂ ଓ ଚଢାଉ କରାଯାଉଛି ବୋଲି ଆଇଜି ଓ ଏସପି ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.