ସବୁ ପ୍ରଶ୍ନର ଉତ୍ତର ଏବଂ ସବୁ ସମସ୍ୟାର ସମାଧାନ ମାନବବାଦୀ ସୁଧାଂଶୁ ଶେଖର ପଣ୍ଡାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି…

ବ୍ରହ୍ମପୁର : ବ୍ରହ୍ମପୁର ସହର ରେ ପ୍ରାୟ ଚାଳିଶି ପଚାଶ ରୁ ଉର୍ଦ୍ଧ୍ବ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସମାଜ ପାଇଁ ଅତି ନିର୍ଭୀକ ଭାବରେ ଆଲୋଚନା କରିବା ମଣିଷ ଆକସ୍ମିକ ଭାବେ ଚାଲିଯିବା ଏହାକୁ ସହଜ କରି ଗ୍ରହଣ କରିବା ଆଦୌ ସମ୍ଭବ ନୁହେଁ।
ହଁ ସୁଧାଂଶୁ ପଣ୍ଡା ସମସ୍ତଙ୍କ ପାଇଁ ସେ ଥିଲେ ସବୁ ପ୍ରଶ୍ନର ଉତ୍ତର। ପ୍ରଶଂସା ପତ୍ର ଖୋଜୁ ନ ଥିବା ମଣିଷ ଯିଏ ଥିଲେ ଜଣେ ଅଭିଭାବକ ପ୍ରତୁଲ ମଣିଷ।ସବୁ ବେଳେ ସବୁ ସମୟରେ ଜନତା ଙ୍କ ଯନ୍ତ୍ରଣା ପାଇଁ ସବୁଠୁ ଆଗରେ ଠିଆ ହୋଇ ପ୍ରେରଣା ପୂର୍ଣ୍ଣ ବାକ୍ତବ୍ୟ ଦେଇ ଗଳା ଫଟେଇ ଟେବୁଲ୍ ପିଟି ସତ କୁ ସତ ଓ ମିଛ କୁ ମିଛ ସ୍ବୀକାର କର ବୋଲି ଖାଣ୍ଟି ଓଡିଆ। ଆମ ଜାତିର ଭାଷା ପ୍ରେମୀ ସ୍ୱାଭିମାନ ସ୍ୱର।
ଅତି ଶାଣିତ ଥିଲା ତାଙ୍କ ଯୁକ୍ତି ଏବଂ ଅତି ତୀକ୍ଷ୍ଣ ଥିଲା ତାଙ୍କ ଦୂରଦୃଷ୍ଟି। ସତ୍ୟ ସନ୍ଧାନ ସ୍ୱର ସତ୍ୟ ସନ୍ଧାନୀ ବିଶିଷ୍ଟ ଆଇନଜୀବୀ ତଥା ଲୋକ ସ୍ୱାର୍ଥ ପାଇଁ ଗୋଟିଏ ଯୋଦ୍ଧା ଭଳି ସହରକୁ ଜାଗ୍ରତ କରିଥିବା ଏ ମାଟିର ମଣିଷ ସମସ୍ତ ଙ୍କ ପ୍ରିୟ ସୁଧାଂଶୁ ଭାଇନା। ଶାସନ ବ୍ୟବସ୍ଥାକୁ ନେଇ ଯେତେବେଳେ କୌଣସି ଆଲୋଚନା କରିବା ପାଇଁ ଡାକରା ପଡେ ନିମନ୍ତ୍ରଣ ର ପ୍ରଥମ ଅତିଥି ଭାବେ ପରିଚିତ ମୁହଁ ସୁଧାଂଶୁ ପଣ୍ଡା।
ଭାଷା ସାହିତ୍ୟ ସଂସ୍କୃତି ମଞ୍ଚ ରୁ କଳା ନାଟକ ସଙ୍ଗୀତ ପରିବେଷଣ ମଞ୍ଚ ରେ ସେ ଥିଲେ ଗୋଟିଏ ଭିନ୍ନ ଆକର୍ଷଣ।
ବରିଷ୍ଠ ଆଇନଜୀବି ,ଚିନ୍ତା ନାୟକ ,ଜଣେ ସ୍ଵାଭିମାନୀ ଅପ୍ରତିଦ୍ଵନ୍ଦୀ ଓଡ଼ିଆ ଭାଷା ପ୍ରେମୀ ମଧ୍ୟ।କଳାକାର ପରିବାର ରେ ଜନ୍ମିତ ସୁଧାଂଶୁ ଶେଖର ପଣ୍ଡା ବାମବାଦୀ ସଙ୍ଗଠନ ନେତା ହୋଇ ଥିଲେ ହେଁ ଭାରତୀୟ ସଂସ୍କାର ଓ ସଂସ୍କୃତି ପ୍ରତି ବିଶେଷ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରୟାସ କରି ଅନେକ କିଛି ଆଲୋଚନା କରିଥିଲେ। ବୟସ୍କ ଲୋକଙ୍କର ଜୀବନଯାପନ ବିଷୟରେ ଆଲୋଚନା କରିବା ପାଇଁ ହେଉ କି ଅସହାୟ ଗରିବ ଲୋକଙ୍କ ପାଇଁ ଅଭାବ ଅସୁବିଧାର ସମାଧାନ ପାଇଁ ତାଙ୍କ ସାମର୍ଥ୍ୟ ଅନୁଯାୟୀ ସେ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବା ପାଇଁ ପ୍ରେରଣା ପୂର୍ଣ୍ଣ କାର୍ଯ୍ୟ କରି ଥିଲେ।
ତାଙ୍କ ସମ୍ପାଦିତ ଦକ୍ଷିଣାବର୍ତ୍ତ ଦେଇଥିଲା ଏକ ଭିନ୍ନ ସ୍ୱାଦର ପରିଚୟ। ନିଜ ସ୍ୱାର୍ଥ ପାଇଁ ନୁହଁ ସମାଜ ସ୍ବାର୍ଥ ପାଇଁ ଲଢେ଼ଇ କରି ସାରା ଜୀବନ ବିତେଇ ଦେଇ ଥିବା ଲୋକ ପ୍ରିୟ ବରିଷ୍ଠ ଆଇନଜୀବୀ ତଥା ଜଣେ ଜଣାଶୁଣା ଦକ୍ଷ ସଂଗଠକ ଭାବରେ ସୁପରିଚିତ ସମସ୍ତ ଙ୍କ ହୃଦୟ ଜିଣିବା ପରି ଗୁଣୀ ଜ୍ଞାନୀ ବ୍ୟକ୍ତି ସୁଧାଂଶୁ ଭାଇନା ଙ୍କ ପ୍ରତି ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

nis-ad
Leave A Reply

Your email address will not be published.